ବେଙ୍ଗାଲୁରୁ:ଟିସୁ ପେପରରେ ବିମାନରେ ବୋମା ଥିବା ଧମକ । ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ଟିସୁ ପେପରେ ଉଲ୍ଲେଖ କରାଯାଇଛି (bomb threat message found in a tissue paper at Indigo flight)। ବେଙ୍ଗାଲୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର(Bangalore Kempegowda International Airport)ରେ ଅବତରଣ କରିଥିବା ଇଣ୍ଡିଗୋ ବିମାନ ମଧ୍ୟରେ ଏକ ଟିସୁ ପେପରରେ ବୋମା ଥିବା ଉଲ୍ଲେଖ କରାଯାଇଛି । ଯାଞ୍ଚ ପରେ ଏହା ଏକ ମିଛ ଖବର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ 5ଟା 29ରେ 6E 379 ଇଣ୍ଡିଗୋ ବମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦର( Netaji Subhash Chandra Bose Airport)ରୁ ଉଡାଣ ଆରମ୍ଭ କରିଥିଲା । ସକାଳ 8ଟା 10 ମିନିଟରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଏହାପରେ ବିମାନ ମଧ୍ୟରୁ କର୍ମଚାରୀ ମାନେ ଏକ ଟିସୁ ପେପରର ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ଉଲ୍ଲେଖ ରହିଥିଲା । ଏନେଇ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀଙ୍କୁ ଡକା ଯାଇ ଯାଞ୍ଚ କରାଯାଇଥିଲା ।