ଓଡିଶା

odisha

Bomb Threat: ଭିସ୍ତାରା ବିମାନରେ ବୋମା, ଉଡାଣ ପୂର୍ବରୁ ମିଳିଲା ଧମକ

By

Published : Aug 18, 2023, 12:55 PM IST

ଦିଲ୍ଲୀ-ପୁଣେ ଭିସ୍ତାରା ବିମାନରେ ବୋମା ଆତଙ୍କ । ଧମକପୂର୍ଣ୍ଣ କଲ ଆସିବା ପରେ ବିମାନରୁ ଓହ୍ଲାଇ ପଡିଲେ ଯାତ୍ରୀ। ଅଧିକ ପଢନ୍ତୁ

Bomb threat call received for a Vistara airlines
Bomb threat call received for a Vistara airlines

ନୂଆଦିଲ୍ଲୀ: ବିମାନ ଉଡାଣର ଆଉ ମାତ୍ର କିଛି ସମୟର ଅପେକ୍ଷା ଥିଲା । ଉଡାଣ ପୂର୍ବରୁ ହଠାତ୍‌ କଲ ଆସିଲା ଦିଲ୍ଲୀ-ପୁଣେ ଭିସ୍ତାରା ବିମାନରେ ବୋମା ରହିଛି । ଏହାପରେ ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଭୟର ବାତାବରଣ । ଭୟର ସମସ୍ତେ ବିମାନରୁ ଓହ୍ଲାଇ ପଡିବା ପରେ ବିମାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ କୌଣସି ବିମାନ ମଧ୍ୟରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସିଆଇଏସଏଫ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଦିଲ୍ଲୀ ବିମାନ ବନ୍ଦରର ଡିଏମଆର କଲ ସେଣ୍ଟରକୁ ବିମାନରେ ବୋମା ଥିବା ଧମକପୂର୍ଣ୍ଣ କଲ ଆସିଥିଲା ।

ଦିଲ୍ଲୀ ବିମାନବନ୍ଦରରୁ ସକାଳ 8ଟା 30 ମିନିଟ ସମୟରେ, ୟୁକେ -971 ଦିଲ୍ଲୀରୁ ପୁଣେ ବିମାନ ଉଡାଣ ଆରମ୍ଭ କରିବାର ଥିଲା । ଏହା ପୂର୍ବରୁ ସମସ୍ତ ଯାତ୍ରୀ ବିମାନକୁ ପ୍ରବେଶ କରିଥିଲେ । ଏହି ସମୟରେ ଗୁରୁଗ୍ରାମର ଜିଏମଆର କଲ୍ ସେଣ୍ଟରକୁ ଏକ ଧମକ ପୂର୍ଣ୍ଣ କଲ ଆସିଥିଲା । ଭିସ୍ତାରା ବିମାନରେ ବୋମା ଥିବା କେହି ଫୋନ କରି କହିଥିଲେ । ବିମାନରେ 100 ଯାତ୍ରୀ ଥିବା ବେଳେ ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ କୁହାଯାଇଥିଲା । ପରେ ବିମାନ ମଧ୍ୟରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ କୌଣସି ସନ୍ଦେହ ଜନକ ବସ୍ତୁ ମିଳିନଥିବା ସିଆଇଏସଏଫ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ-ଦେବଘର ବିମାନରେ ବୋମା ଆତଙ୍କ, ଲକ୍ଷ୍ନୌରେ ଜରୁରୀ ଅବତରଣ

ଏସଓପି ଅନୁଯାୟୀ, ସୁରକ୍ଷା ଏଜେନ୍ସି କ୍ଲିୟରାନ୍ସ ନ ଦେବା ପର୍ଯ୍ୟନ୍ତ ବିମାନ ଉଡାଣ ଆରମ୍ଭ କରିବ ନାହିଁ କି ଉଡାଣର ସମୟ ମଧ୍ୟ ସ୍ଥିର ହୋଇ ପାରିବ ନାହିଁ । ସୁରକ୍ଷା ଏଜେନ୍ସି ରିପୋର୍ଟ ଦେବା ପରେ ବିମାନ ଗନ୍ତବ୍ୟ ସ୍ଥଳ ପୁଣେ ଅଭିମୁଖେ ଉଡାଣ ଭରିବ ।

ସେହିପରି ଗତ ଫେବୃଆରୀ 20 ତାରିଖରେ ଦିଲ୍ଲୀରୁ ଦେବଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ସୂଚନା ମିଳିଥିଲା । ବୋମା ନେଇ କ୍ରୁ ସଦସ୍ୟଙ୍କୁ ସୂଚନା ମିଳିବା ପରେ ବିମାନର ପାଇଲଟ ନିକଟସ୍ଥ ଲକ୍ଷ୍ନୌ ବିମାନ ବନ୍ଦର କଣ୍ଟ୍ରୋଲ ସହ ଯୋଗାଯୋଗ କରି ଜରୁରୀ ଅବତରଣ ଅନୁମତି ମାଗିଥିଲେ । ଅନୁମତି ପାଇବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା । ବିମାନ ଅବତରଣ ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପୋଲିସ ଏବଂ ବୋମ ସ୍କ୍ବାର୍ଡ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୋଲିସ ଫୋର୍ସ ସହ ସମସ୍ତ ଜରୁରୀ ବ୍ୟବସ୍ଥାକୁ ସକ୍ରିୟ କରାଯାଇ ବୋମା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ବୋମା ଥିବା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନଥିଲା।

ABOUT THE AUTHOR

...view details