ଓଡିଶା

odisha

By

Published : Feb 5, 2023, 1:03 PM IST

ETV Bharat / bharat

ବୋମା ତିଆରି ବେଳେ ବିସ୍ଫୋରଣ, ଜଣେ ମୃତ 2 ଆହତ

ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ । ଦୁଇ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Bomb blast while making claims one life in Bengals Basanti
Bomb blast while making claims one life in Bengals Basanti

କୋଲକାତା:ବୋମା ତିଆରି ବେଳେ ବିସ୍ଫୋରଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ବାସନ୍ତୀ ଟିଟକୁମାର ଗ୍ରାମର ଭାରତି ମୋଡ ଅଞ୍ଚଳରେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବୋମା ବିସ୍ଫୋରଣ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ସ୍ଥାନୀୟ ଲୋକଙ୍କ କିହିବା ଅନୁଯାୟୀ, ''ଭାରତି ମୋଡ ଅଞ୍ଚଳର ବାସିନ୍ଦା ମନୀରୁଲ ଖାନଙ୍କ ଘରେ ଏକ ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଆଖପାଖର ଲୋକମାନେ ଘରୁ ବାହାରକୁ ଆସିଥିଲେ । ବିସ୍ଫୋରଣ ଯୋଗୁଁ ତିନି ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଆହତଙ୍କ ଚିକିତ୍ସା ଜାରି ରହିଛି ।''

ଭାରତି ଅଞ୍ଚଳରେ ବିସ୍ଫୋରଣ ପରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଶନିବାର କାନିଙ୍ଗ ପୋଲିସ ଷ୍ଟେସନ ଗୋଲାବାରି ବଜାର ନିକଟରୁ ଏକ ଅଫୁଟା ବୋମା ପଡିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଗତ ଶୁକ୍ରବାର ରାତିରେ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଶୁକ୍ରବାର ରାତିରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶାନୁଙ୍କ ସମର୍ଥକ ଓ ଇଥଖୋଲା ଅଞ୍ଚଳର ଡେପୁଟି ଚିଫ୍ ଖତିବ ସର୍ଦ୍ଦାରଙ୍କ ସମର୍ଥକଙ୍କ ମଧ୍ୟରେ ବୋମା ଫିଙ୍ଗାଫିଙ୍ଗି ହୋଇଥିଲା । ଏହାପରେ ଶନିବାର ବୋମା ମିଳିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆସାମ ମୁଖ୍ୟମନ୍ତ୍ରୀଙ୍କୁ ୱବେସୀଙ୍କ ପ୍ରଶ୍ନ: ସ୍ବାମୀ ଜେଲ୍ ଗଲେ ସ୍ତ୍ରୀ କଥା ବୁଝିବ କିଏ ?

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲା । ଏହି ଘଟଣାରେ ପୋଲିସ ବର୍ତ୍ତମାନ 6 ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ରାଜ୍ୟମନ୍ତ୍ରୀ ଫିରହାଦ୍ ହାକିମ କହିଛନ୍ତି ଯେ,''ଏହି ଦୁଇ ଘଟଣା ପଛରେ ବିଜେପିର ହାତ ଅଛି । ବେଙ୍ଗଲରେ ବୋମା ଏବଂ ବାରୁଦ ପାଇଁ ଜାଗା ନାହିଁ । ଟିଏମସି ହିଂସାରେ ହିଂସାରେ ବିଶ୍ବାସ କରେ ନାହିଁ । ରାଜ୍ୟର ଶାନ୍ତି ଭଙ୍ଗ କରିବାକୁ ବିଜେପି ବିଭିନ୍ନ ସ୍ଥାନରୁ ଏପରି ବିସ୍ଫୋରକ ଗୁଡିକୁ ଆଣୁଛି । ଆମର ଆଦର୍ଶ ହେଉଛି ଗାନ୍ଧୀବାଦ । ଯେଉଁମାନେ ବୋମା ବିସ୍ଫୋରଣ କରିଛନ୍ତି ସେମାନଙ୍କୁ ଲାଜ ଲାଗିବା କଥା। । ଅନ୍ୟପକ୍ଷରେ ବସତି ବିଧାୟକ ଶ୍ୟାମଳ ମଣ୍ଡଳ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।'

ABOUT THE AUTHOR

...view details