ଓଡିଶା

odisha

ETV Bharat / bharat

ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ଧମକ ! ଯାଞ୍ଚ ପରେ ଜଣାପଡିଲା ଗୁଜବ - ବୋମା ବିସ୍ଫୋରଣ ଧମକ

ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ଧମକ ! ମୁମ୍ବାଇ ଓ ଦିଲ୍ଲୀ ବିମାନ ବନ୍ଦର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Etv Bharat
Etv Bharat

By

Published : Aug 5, 2023, 7:59 PM IST

ମୁମ୍ବାଇ: ମୁମ୍ବାଇ ଓ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ଧମକ ! ପୋଲିସ କଂଣ୍ଟ୍ରୋଲ ରୁମକୁ ଏପରି ଏକ ଧମକପୂର୍ଣ୍ଣ କଲ୍ ଆସିବା ପରେ ଆଲର୍ଟମୋଡରେ ଉଭୟ ସହରର ପୋଲିସ । କେହି ଜଣେ ଦୁର୍ବୃତ୍ତ ଫୋନ୍ କରି ମୁମ୍ବାଇ ଏବଂ ଦିଲ୍ଲୀ ବିମାନ ବନ୍ଦରରେ ବୋମା ବିସ୍ଫୋରଣ କରିବା ପାଇଁ ଧମକ ଦେଇଥିବା ସୂଚନା ମିଳିଛି । ଏହା ପରେ ମୁମ୍ବାଇ ଓ ଦିଲ୍ଲୀ ବିମାନ ବନ୍ଦର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧାବାଟରୁ ଦିଲ୍ଲୀ ଫେରିଲା ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ

ଉଭୟ ବିମାନ ବନ୍ଦରକୁ ଯାଞ୍ଚ କରାଯାଇଥିଲେ ସୁଦ୍ଧା ସେପରି କିଛି ବିସ୍ଫୋରକ କିମ୍ବା ଆପତ୍ତିଜନ ସାମଗ୍ରୀ ଜବତ କରାଯାଇନାହିଁ । ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ମୁମ୍ବାଇ ପୋଲିସ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଫୋନ କଲ ଆସିଥିବା ନମ୍ବରକୁ ସାଇବର ସେଲ ଯାଞ୍ଚ କରୁଛି । ଏହାର ଲୋକେସନ ଓ ରେଜିଷ୍ଟ୍ରେସନ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି । ପୂର୍ବରୁ ମଧ୍ୟ ଏକାଧିକ ବିମାନ ବନ୍ଦର ଓ ଏପରିକି ବିମାନ ମଧ୍ୟରେ ବୋମ ଥିବା ନେଇ ଧମକପୂର୍ଣ୍ଣ କଲ ଓ ମେସେଜ ମିଳିଥିବାର ନଜିର ରହିଛି । ହେଲେ ଯାଞ୍ଚ ପରେ ଏଗୁଡିକ ଗୁଜବ ବୋଲି ଜଣାପଡିଛି । କିଛି କ୍ଷେତ୍ରରେ ଦୁର୍ବୃତ୍ତଙ୍କୁ ପୋଲିସ ଚିହ୍ନଟ କରି ଗିରଫ ମଧ୍ୟ କରିଛି । ହେଲେ ଏକାଧିକ ଘଟଣାରେ ବୋମା ଥିବା ନେଇ ଫେକ କଲ ଆସିଥିବାର ନଜିର ରହିଛି ।

ଚଳିତ ବର୍ଷ ଜୁନ 24 ତାରିଖରେ ମୁମ୍ବାଇରେ ଏହି ପ୍ରକାର ଏକ ଘଟଣା ଘଟିଥିଲା । ଭିସ୍ତାରା ଏୟାରଲାଇନ୍ସର ମୁମ୍ବାଇ-ଦିଲ୍ଲୀ ବିମାନରେ ବସି ହାଇଜାକ ବିଷୟରେ ଜଣେ ଯାତ୍ରୀ କଥା ହେଉଥିଲେ । ବିମାନ ହାଇଜାକ ପାଇଁ ସବୁ ପ୍ଲାନ ସରିଛି ବୋଲି ଫୋନରେ ଯାତ୍ରୀଜଣଙ୍କ ଅନ୍ୟ ଜଣକୁ କହୁଥିଲେ । ବିମାନ କର୍ମଚାରୀ ଏହା ଶୁଣିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଯାତ୍ରୀ ହରିୟାଣାର ୨୩ ବର୍ଷୀୟ ଯୁବକ ରିତେଶ ଜୁନେଜା । ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ବିମାନରେ ବସି ରିତେଶ ଉଡାଣର ଠିକ୍ ପୂର୍ବରୁ ଫୋନରେ କାହା ସହିତ ହାଇଜାକ ପ୍ଲାନ ନେଇ କଥା ହୋଇଥିଲେ । ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଓ ଅନ୍ୟର ଜୀବନ ବିପଦରେ ପକାଇବା ନେଇ ଆଇପିସିର ଧାରା ୫୦୫(୨) ଏବଂ ୩୩୬ରେ ରିତେଶଙ୍କ ବିରୋଧରେ ମାମଲା ହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details