ନୂଆଦିଲ୍ଲୀ:ବିହାରଦରଭଙ୍ଗା ବୋମା ବିସ୍ଫୋରଣ ଘଟଣା ସମ୍ପର୍କରେ ଆଜି ଲୋକସଭାରେ ଲିଖିତ ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ( Minister of State for Home Affairs Nityanand Rai) । ନିତ୍ୟାନନ୍ଦ କହିଛନ୍ତି ବିଦେଶୀ ପରିଚାଳିତ ଆତଙ୍କୀ ସଂଗଠନ ଏହି ବିସ୍ଫୋରଣ ଷଡଯନ୍ତ୍ର ରଚନା କରଥିଲା । ଘଟଣାର ଯାଞ୍ଚ ପରେ ଏହି ତଥ୍ୟ ସାମନାକୁ ଆସିଥିବା ଲୋକସଭାରେ କହିଛନ୍ତି ମନ୍ତ୍ରୀ ।
ସଂସଦ ଶୀତକାଳୀନ ଅଧିବେଶନ(Parliament Winter Session) ର ଆଜି ହେଉଛି ଦ୍ବାଦଶ ଦିବସ । ଏକ ତାରକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ( Minister of State for Home Affairs Nityanand Rai) କହିଛନ୍ତି କାଶ୍ମୀରରେ ବିଭିନ୍ନ ସରକାରୀ ପ୍ରକଳ୍ପରେ କାର୍ଯ୍ୟରତ ଥିବା ପ୍ରବାସୀ ଶ୍ରମିକଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ଯୋଗାଇ ଦିଆଯାଇଛି । ପ୍ରବାସୀ ଶ୍ରମିକଙ୍କ ଉପରକୁ କୌଣସି ପ୍ରକାର ଆତଙ୍କବାଦୀ ହମଲା ରୋକିବାକୁ ଏକ ସଶକ୍ତ ସୁରକ୍ଷା ଗ୍ରୀଡ ହୋଇଛି । ଯେଉଁ ଯେଉଁ କ୍ଷେତ୍ରରେ ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଛନ୍ତି ସେହି କ୍ଷେତ୍ରରେ ପୁରା ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଉଛି । ଆତଙ୍କବାଦୀ ଗତିବିଦ୍ଧି ବିରୋଧୀ ଅପରେଶନ ଜାରି ରହିଛି ।
ସେହିପରି ମନ୍ତ୍ରୀ ଲୋକସଭାରେ କହିଛନ୍ତି ଜମ୍ମୁ କାଶ୍ମୀରରେ ଅଗଷ୍ଟ ୨୦୧୯ ପରଠାରୁ ସୁରକ୍ଷା ସ୍ଥିତିରେ ବ୍ୟାପକ ସୁଧାର ଆସିଛି । ଆତଙ୍କବାଦୀ ଘଟଣାରେ ଦ୍ରୁତ ଭାବେ ହ୍ରାସ ପାଉଛି । ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ସଶକ୍ତ କରାଯାଉଛି ।