ଓଡିଶା

odisha

ETV Bharat / bharat

Gaming App Case: ରଣବୀରଙ୍କୁ ଇଡିର ସମନ୍, ସ୍କାନରକୁ ଆସିପାରନ୍ତି ଆହୁରି ୧୫ ତାରକା - ମହାଦେବ ବୁକ୍ ବେଟିଂ ଆପ୍

'ମହାଦେବ ବୁକ୍' ଅନଲାଇନ୍ ବେଟିଂ ଆପ୍ ମାମଲାରେ ରଣବୀରଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପ୍ରାୟ 15 ଜଣ ତାରକା ଏଥିରେ ଜଡିତ ଥିବାବେଳେ ସେମାନେ ମଧ୍ୟ ଇଡିର ସ୍କାନରକୁ ହୋଇପାରନ୍ତି ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Ranbir Kapoor summoned by ED
ଅନଲାଇନ୍ ବେଟିଂ ଆପ୍ ମାମଲାରେ ରଣବୀରଙ୍କୁ ସମନ

By ETV Bharat Odisha Team

Published : Oct 4, 2023, 7:44 PM IST

ନୂଆଦିଲ୍ଲୀ: ଅଡୁଆରେ ବଲିଉଡର ଚକୋଲେଟ୍ ବୟ ରଣବୀର କପୁର । ରଣବୀରଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । 'ମହାଦେବ ବୁକ୍' ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଥିବା ସୂଚନା ମିଳିଛି । ଆସନ୍ତା 6 ତାରିଖରେ ରଣବୀରଙ୍କୁ ପଚରାଉଚରା ପାଇଁ ଡକାଯାଇପାରେ । ସୂଚନା ଅନୁସାରେ, ଅନଲାଇନ୍ ବେଟିଂ ଆପ୍(ମହାଦେବ)ର ପ୍ରଚାର କରିବା ଯୋଗୁଁ ତାଙ୍କୁ ସମନ ଜାରି କରାଯାଇଛି । 'ମହାଦେବ ବୁକ୍' ହେଉଛି ବେଟିଂ ଆପ୍ । ଏହି କମ୍ପାନୀ ଦୁବାଇରୁ ପରିଚାଳିତ ହେଉଥିବାବେଳେ ଏହି ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି କୋଟି କୋଟି ଟଙ୍କା ହେରଫେର ହୋଇଥିଲା । ଏନେଇ ଅଭିଯୋଗ ପରେ ରେଡ୍ କରିଥିଲା ଇଡି ।

ଏହାର ତଦନ୍ତ ସମୟରେ ଇଡି ରଣବୀରଙ୍କୁ ନେଇ କିଛି ତଥ୍ୟ ପାଇଥିବାବେଳେ ପଚରାଉଚରା ପାଇଁ ସମନ ଜାରି କରିଛି । ତେବେ ରଣବୀର କପୁରଙ୍କ ବ୍ୟତୀତ ଅନ୍ୟ ତାରକାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ପ୍ରାୟ 15 ଜଣ ତାରକା ଏଥିରେ ଜଡିତ ଥିବାବେଳେ ସେମାନେ ମଧ୍ୟ ଇଡିର ସ୍କାନରକୁ ହୋଇପାରନ୍ତି ବୋଲି କୁହାଯାଉଛି । ଏହି ତାଲିକାରେ ସନ୍ନି ଲିଓନି, ଟାଇଗର ସ୍ରୋଫ ପାକିସ୍ତାନୀ ଗାୟକ ଅତିଫ ଅସଲମ, ରାହତ ଫତେହ ଅଲ୍ଲୀ ଖାନ, ନୁସରତ ଭାରୁଚା ଓ ବଲିଉଡର ଗାୟକା ନେହା କକ୍କରଙ୍କ ନାମ ମଧ୍ୟ ରହିଛି ।

ଏହା ବି ପଢନ୍ତୁ...ବେଟିଂ ଆପ୍ ପ୍ରମୋସନ କରି ଅଡୁଆରେ ସଚିନ, ମୁମ୍ବାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଖବର ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସରେ ମହାଦେବ ବୁକ୍ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବିବାହରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ । ଦୁବାଇରେ ସୌରଭଙ୍କ ବିବାହ ବହୁତ ବଡ ଆକାରରେ କରାଯାଇଥିଲା । ପ୍ରାୟ 200 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି । ସେପଟେ ବେଟିଂ ଆପର ପ୍ରମୋସନ କରିବା ତାରକାଙ୍କ ପାଇଁ ଅଡୁଆ ପାଲଟିଛି ।

ପୂର୍ବରୁ 'ରମି' ନାମକ ଅନଲାଇନ ଗେମ୍ ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା । ଭାରତରେ ଅନଲାଇନ ଜୁଆ ବ୍ୟାନ ଥିବାବେଳେ ଆଇନ ଉଲ୍ଲଙ୍ଘନ କରାଯାଇ ଏହାକୁ ଖେଳାଯାଉଛି । ଆଉ ଏଭଳି ଆପକୁ ପ୍ରମୋସନ କରୁଥିବାରୁ ନାଭି ମୁମ୍ବାଇର ରାଜେନ୍ଦ୍ର ପାଟିଲ ନାମକ ଜଣେ ସାମାଜିକ କର୍ମୀ ଆପତ୍ତି ଉଠାଇଥିଲେ । ବର୍ତ୍ତମାନ ଅନଲାଇନ୍ ବେଟିଂ ଆପ୍ ମାମଲାରେ ରଣବୀରଙ୍କୁ ଇଡିରୁ ସମନ ଜାରି କରାଯାଇଥିବାବେଳେ ଅନ୍ୟ ତାରକାମାନେ ମଧ୍ୟ ଇଡି ସ୍କାନରକୁ ଆସିପାରନ୍ତି ।

ଇଟିଭି ଭାରତ, ନୂଆଦିଲ୍ଲୀ

ABOUT THE AUTHOR

...view details