ଓଡିଶା

odisha

By

Published : Apr 14, 2021, 12:11 PM IST

ETV Bharat / bharat

ଛତିଶଗଡରେ ସାଙ୍ଘାତିକ କୋରୋନା ସ୍ଥିତି; ହସ୍ପିଟାଲ ବାହାରେ ଗଦାଗଦା ମୃତଦେହ

ଛତିଶଗଡରୁ କୋରୋନାର ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । କୁଢକୁଢ ମୃତଦେହରେ ଭର୍ତ୍ତି ସରକାରୀ ହସ୍ପିଟାଲ । ଅଧିକ ପଢନ୍ତୁ...

ଛତିଶଗଡରେ ସାଙ୍ଘାତିକ କୋରୋନା ସ୍ଥିତି
ଛତିଶଗଡରେ ସାଙ୍ଘାତିକ କୋରୋନା ସ୍ଥିତି

ରାୟପୁର: ଛତିଶଗଡରେ କୋରୋନାର କରାଳ ରୂପ। ସରକାରୀ ହସ୍ପିଟାଲରୁ ଆସିଲା ଚକିତ କଲା ଭଳି ଭିଡିଓ। ରାଜ୍ୟରେ କୋରୋନାର ଦ୍ବିତୀୟ ଲହରି ଭୟଙ୍କର ଭାବେ ମାଡିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ଲାଗୁନି ବ୍ରେକ। ଫଳରେ ଶବ ଗୃହ ଭର୍ତ୍ତି ହୋଇଯିବାରୁ ହସ୍ପିଟାଲ ବାରଣ୍ଡା ଓ ବାହାରେ ପଡି ରହିଛି କୁଢ କୁଢ ମୃତଦେହ ।

ଛତିଶଗଡରେ ସାଙ୍ଘାତିକ କୋରୋନା ସ୍ଥିତି

ପ୍ଲାଷ୍ଟିକ ଜରିରେ ଗୁଡା ହୋଇ ମୃତଦେହଗୁଡିକୁ ରଖାଯାଇଛି । କେଉଁଠି ତଳେ ପଡିଛି ତ ଆଉ କେଉଁଠି ଷ୍ଟ୍ରେଚର ଉପରେ ଥୁଆ ହୋଇଛି । ଏହି ଦୃଶ୍ୟଟି ଭୀମ ରାଓ ଆମ୍ବେଦକର ମେମୋରିଆଲ ସରକାରୀ ହସ୍ପିଟାଲ ହୋଇଥିବାବେଳେ ସୋମବାର ଭିଡିଓ ଉତ୍ତୋଳନ କରାଯାଇଛି ।

ରାଜ୍ୟରେ ଦୈନିକ କୋରୋନାରେ ଶତାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ଅବିଶ୍ରାନ୍ତ ଜଳୁଛି କୋରୋନା ମୃତକଙ୍କ ଜୁଇ । ସେପଟେ, ହସ୍ପିଟାଲ କର୍ମଚାରୀ ସମସ୍ତ ସୁରକ୍ଷା ସହ ମୃତଦେହଗୁଡିକର ସତ୍କାର କରୁଛନ୍ତି ।

ଛତିଶଗଡରେ କୋରୋନା ସଂକ୍ରମଣ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରୁ 15 ହଜାରରୁ ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲେ । 109 ଜଣଙ୍କ ଆକ୍ରାନ୍ତ ଜୀବନ ଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 1 ଲକ୍ଷ 09 ହଜାର 139 ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details