ରାୟପୁର:ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଅଘଟଣ । ମୁନଚାର ଘାଟରେ ଡଙ୍ଗା ଓଲଟିବା ପରେ ପାଣିରେ ବୁଡ଼ିଗଲେ ୭ ଜଣ ବ୍ୟକ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ନଦୀ ପାର ହେଉଥିବା ଲୋକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଥିଲେ । ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡଙ୍ଗାଟି ବହୁ ଛୋଟ ଥିବା ବେଳେ ଏଥିରେ ଆବଶ୍ୟକଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଫଳରେ ଡଙ୍ଗାଟି ଅଧିକ ଓଜନ ଯୋଗୁଁ ବୁଡିଯାଇଥିଲା । ଏହି ଅଘଟଣରେ କିଛି ଲୋକ ପହଁରି ଲୋକଙ୍କ ଜୀବନ ବଞ୍ଚାଇଥିବା ବେଳେ ୨ ଜଣ ଲୋକ ଗଛ ଡାଳର ସହାୟତା ନେଇ ପହଁରି ପହଁରି କୁଳରେ ପହଞ୍ଚିଥିଲେ । ଏହି ଅଘଟଣରେ ଏଯାବତ ନିଖୋଜ ଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ । ବାରସୁର ସାପ୍ତାହିକ ହାଟରୁ ଏହି ଲୋକମାନେ ଫେରୁଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି ।
ଏହା ବି ପଢନ୍ତୁ- ମୃତଦେହକୁ ଡଙ୍ଗାରେ ନେଉଥିଲେ, ଚାହୁଁ ଚାହୁଁ ବୁଡିଗଲେ 8 ଜଣ; ଦେଖନ୍ତୁ ଛାତିଥରା ଦୃଶ୍ୟ