ଓଡିଶା

odisha

ETV Bharat / bharat

ବ୍ରହ୍ମପୁତ୍ର ନଦୀରେ 2ବୋଟ ମୁହାଁମୁହିଁ ଧକ୍କା: ଜଣେ ମୃତ, ଏବେବି 50 ନିଖୋଜ - ବ୍ରହ୍ମପୁତ୍ରରେ ବୋଟ ଧକ୍କା

ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ବୋଟ ଦୁର୍ଘଟଣା। 2 ବୋଟ ମୁହାଁମୁହିଁ ଧକ୍କା ଫଳରେ ଜଣେ ମୃତ, 50ରୁ ଊର୍ଦ୍ଧ୍ବ ନିଖୋଜ । 60 ଯାତ୍ରୀଙ୍କୁ ସୁରକ୍ଷିତ କରାଯାଇଛି ଉଦ୍ଧାର । ଅଧିକ ପଢନ୍ତୁ...

ବ୍ରହ୍ମପୁତ୍ର ନଦୀରେ 2 ବୋଟ ମୁହାଁମୁହିଁ ଧକ୍କା: ଜଣେ ମୃତ, ଏବେବି 50 ନିଖୋଜ
ବ୍ରହ୍ମପୁତ୍ର ନଦୀରେ 2 ବୋଟ ମୁହାଁମୁହିଁ ଧକ୍କା: ଜଣେ ମୃତ, ଏବେବି 50 ନିଖୋଜ

By

Published : Sep 8, 2021, 7:55 PM IST

ଗୌହାଟୀ:ବ୍ରହ୍ମପୁତ୍ର ନଦୀରେ ବଡ ଧରଣର ବୋଟ ଦୁର୍ଘଟଣା । ଆଜି(ବୁଧବାର) ନଦୀ ମଝିରେ ଦୁଇ ମୋଟର ବୋଟ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60 ଜଣଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ 50 ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ, ଗୋଟିଏ ମୋଟର ବୋଟ ଯାତ୍ରୀଙ୍କୁ ନେଇ ମଞ୍ଜୁଲୀରୁ ନିମାତିଘାଟ ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ବୋଟ ନିମାତିଘାଟରୁ ଫେରୁଥିଲା । ଏହି ସମୟରେ ନଦୀ ମଝିରେ ଦୁଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଟ ଦୁଇଟି ବୁଡିଯାଇଥିଲେ । ତେବେ କୂଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଉଭୟ ବୋଟରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୁଆଙ୍କୁ ମିଶାଇ ଶତାଧିକ ଯାତ୍ରୀ ଯାତ୍ରା କରୁଥିଲେ । ଯାତ୍ରୀଙ୍କ ବ୍ୟତୀତ ବୋଟରେ କିଛି ଚାରିଚକିଆ ଓ ଦୁଇ ଚକିଆ ଯାନ ମଧ୍ୟ ପରିବହନ କରାଯାଉଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ତେବେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ 60 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଏବେ ସୁଦ୍ଧା ପ୍ରାୟ 50 ଯାତ୍ରୀ ନିଖୋଜ ଅଛନ୍ତି । ଦୁଇ ବୋଟରେ ମୋଟ କେତେ ଯାତ୍ରୀ ଯାତ୍ରା କରୁଥିଲେ, ସେନେଇ Inland water transport କର୍ତ୍ତୃପକ୍ଷ କିଛି ସଠିକ ଉତ୍ତର ମଧ୍ୟ ଦେଇପାରି ନାହାନ୍ତି । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details