ଓଡିଶା

odisha

ETV Bharat / bharat

ଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି - ଉତ୍ତର ପ୍ରଦେଶରେ ଡଙ୍ଗା ବୁଡି ଘଟଣା

ଯମୁନା ନଦୀରେ ଡଙ୍ଗା ବୁଡିବା ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଯମୁନା ନଦୀରେ ଡଙ୍ଗା ବୁଡି ଘଟଣାରେ ୪ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା
ଯମୁନା ନଦୀରେ ଡଙ୍ଗା ବୁଡି ଘଟଣାରେ ୪ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

By

Published : Aug 12, 2022, 2:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଯମୁନା ନଦୀରେ ଡଙ୍ଗା ବୁଡିବା ଘଟଣା । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବାବେଳେ, ଏବେ ସୁଦ୍ଧା ଅନେକ ନିଖୋଜ ଅଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବାବେଳେ ଜଣେ ଶିଶୁ ଓ ଜଣେ ପୁରୁଷ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଏକ ଡଙ୍ଗାରେ ୪୦ଜଣ ଯାତ୍ରୀ ଫତେହପୁରରୁ ଅଭିମୁଖେ ଯାତ୍ରା ଯମୁନା ନଦୀରେ ଯାତ୍ରା କରୁଥିଲେ । କୌଣସି କାରଣବଶତଃ ଡଙ୍ଗାଟି ମଝି ନଦୀରେ ଓଲଟି ପଡିବା ସହ ବୁଡି ଯାଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ୧୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ନିଖୋଜ ଥିବା ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି

ଏହା ମଧ୍ୟ ପଢନ୍ତୁ:-ଯମୁନା ନଦୀ ଡଙ୍ଗା ବୁଡି ଘଟଣାରେ ୩ ମୃତ, ଅନେକ ନିଖୋଜ

ସ୍ଥାନୀୟ ଜିଲ୍ଲାଧିକାରୀ ଓ ପୋଲିସ ଅଧିକ୍ଷକ ମଧ୍ୟ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ରେସକ୍ୟୁ ଟିମକୁ ନେତୃତ୍ବ ଦେଉଛନ୍ତି । କେଉଁ କାରଣ ପାଇଁ ଡଙ୍ଗାଟି ଦୁର୍ଘଟଣାର ଶିକାର ହେଲା ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ଯାନ୍ତ୍ରିକ ତ୍ରୁଟି କିମ୍ବା ଅତ୍ୟଧିକ ଲୋଡ୍‌ କାରଣରୁ ଅଘଟଣ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ABOUT THE AUTHOR

...view details