ଓଡିଶା

odisha

ETV Bharat / bharat

Boat capsized in Bihar: ଡଙ୍ଗା ବୁଡି 14 ନିଖୋଜ, ମିଳିଲା 4 ମୃତଦେହ - ଡଙ୍ଗାବୁଡି ଏକାଧିକ ନିଖୋଜ

ବିହାର ଛପରାର ବଡ ଧରଣର ଡଙ୍ଗା ବୁଡି । ଦୁଇଟି ମୃତଦେହ ଉଦ୍ଧାର । 14 ରୁ ଅଧିକ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି । ଅଧିକ ପଢନ୍ତୁ

Boat capsized in Bihar: ଡଙ୍ଗା ବୁଡି 15 ନିଖୋଜ, 2 ମୃତଦେହ ଠାବ
Boat capsized in Bihar: ଡଙ୍ଗା ବୁଡି 15 ନିଖୋଜ, 2 ମୃତଦେହ ଠାବ

By ETV Bharat Odisha Team

Published : Nov 1, 2023, 7:44 PM IST

Updated : Nov 1, 2023, 8:54 PM IST

ପାଟନା:ବିହାର ଛପରାର ବଡ ଧରଣର ଡଙ୍ଗା ବୁଡି । ଏଥିରେ ଏବେ ସୁଦ୍ଧା 4ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ 14 ରୁ ଅଧିକ ଯାତ୍ରୀ ନିଖୋଜ ରହିଛନ୍ତି । ଆଜି ବିଳମ୍ବିତ ଅପରାହ୍ନରେ ଛାପରା ନିକଟରେ ସର୍ୟୁ ନଦୀରେ ଏହି ଯାତ୍ରୀବାହୀ ଡଙ୍ଗାଟି କୌଣସି କାରଣରୁ ଓଲଟି ପଡିବା ସହ ବୁଡିଯାଇଛି । ଦୁର୍ଘଟଣାରେ କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଡଙ୍ଗାରେ ମୋଟ କେତେ ଲୋକଯାତ୍ରା କରୁଥିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ଛପରାର ମାଞ୍ଝୀ ଥାନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାରେ ଥିବା ଯାତ୍ରୀମାନେ କୃଷକ ଓ ଶ୍ରମିକ ଶ୍ରେଣୀର । ସେମାନେ ନଦୀ ସେପାଖରେ ଥିବା କ୍ଷେତରେ କାମ କରିବାକୁ ଯାଇ ଅପରାହ୍ନରେ ମଠିଆର ଘାଟକୁ ଫେରୁଥିଲେ । ଏହି ସମୟରେ ନଦୀ ମଝିରେ ଡଙ୍ଗାଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେଥିରେ ଥିବା କିଛି ଯାତ୍ରୀ ପହଁରି ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ । ଅନ୍ୟମାନେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

ଏବେ ସୁଦ୍ଧା ମୋଟ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । କିଛି ଲୋକେ ପହଁରି ପହଁରି ସୁରକ୍ଷିତ ଫେରିଛନ୍ତି । ମାତ୍ର 14 ରୁ ଅଧିକ ଯାତ୍ରୀ ଏବେ ମଧ୍ୟ ନିଖୋଜ ଅଛନ୍ତି । ଡଙ୍ଗାରେ ମୋଟ କେତେ ଲୋକ ଥିଲେ ଓ ସେମାନଙ୍କ ପରିଚୟ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ସମସ୍ତେ ଆଖପାଖ ଅଞ୍ଚଳର ଶ୍ରମିକ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଉଦ୍ଧାର ହୋଇଥିବା 4 ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି । ସ୍ଥାନୀୟ ଅଗ୍ନିଶମ ବାହିନୀ, ରାଜ୍ଯ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ମେଡିକାଲ ଟିମ ସମନ୍ବିତ ଭାବେ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଥମେ ଉଦ୍ଧାର ଅପରେସନ ଶେଷ ହେବା ପରେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ନେଇ ପ୍ରଶାସନ ସୂଚନା ଦେଇଛି । ନିକଟ ଅତୀତରେ କେରଳରେ ଏକ ବଡ ଡଙ୍ଗା ଦୁର୍ଘଟଣାରେ ଏକାଧିକ ଲୋକଙ୍କ ପ୍ରଣହାନୀ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2023, 8:54 PM IST

ABOUT THE AUTHOR

...view details