ଓଡିଶା

odisha

By

Published : Feb 18, 2021, 10:49 PM IST

ETV Bharat / bharat

ମୁମ୍ବାଇରେ ମାଡୁଛି ମହାମାରୀ କୋରୋନା, ନୂଆ ଗାଇଡଲାଇନ ଜାରି କଲା BMC

ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁମ୍ବାଇ ମହାନଗରନିଗମରେ ନୂଆ ଗାଇଡଲାଇନ ଜାରି କରାଯାଇଛି । ଅଧିକ ପଢନ୍ତୁ...

ମୁମ୍ବାଇରେ ମାଡୁଛି ମହାମାରୀ କୋରୋନା, ନୂଆ ଗାଇଡଲାଇନ ଜାରି କଲା BMC
ମୁମ୍ବାଇରେ ମାଡୁଛି ମହାମାରୀ କୋରୋନା, ନୂଆ ଗାଇଡଲାଇନ ଜାରି କଲା BMC

ମୁମ୍ବାଇ: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁମ୍ବାଇ ମହାନଗର ନିଗମରେ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯଦି କୌଣସି ଘରେ 5ରୁ ଅଧିକ କୋରୋନା ରୋଗୀ ଚିହ୍ନଟ ହୁଅନ୍ତି, ତାହେଲେ ଏହି ଘରକୁ ସିଲ କରିଦିଆଯିବ । ଏହା ସହିତ ବାହାଘର ହଲ, କ୍ଲବ, ଓ ରେସ୍ତୋରାଁଗୁଡିକ କୋରୋନା ଗାଇଡଲାଇନ ପାଳନ କରୁଛନ୍ତି କି ନାହିଁ, ଏଥିପାଇଁ ଚଢାଉ ଅଭିଯାନ ଆରମ୍ଭ କରାଯିବ ।

କୋରୋନାର ନୂଆ ଗାଇଡଲାଇନକୁ ଦୃଷ୍ଟିରେ ରଖି ବ୍ରାଜିଲରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ରହିଛି । ଏହି ଅଞ୍ଚଳରେ କୋଭିଡ ପରୀକ୍ଷା କ୍ଷମତା ବୃଦ୍ଧି କରାଯିବ ।

ସେପଟେ ମୁମ୍ବାଇରେ ମହାମାରୀ କୋରୋନା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଅମରାବତୀ ଓ ୟବତମାଲ ଜିଲ୍ଲାରେ ରବିବାର ଲକଡାଉନ ଲାଗୁ କରିବା ନେଇ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଅମରାବତୀ ଓ ୟବତମାଲରେ ଲକଡାଉନ ଲାଗୁ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁଯାୟୀ, ଅମରାବତୀ ଓ ୟବତମାଲ ଜିଲ୍ଲାରେ ଶନିବାର ସଂଧ୍ୟା 8ଟାରୁ ସୋମବାର ସକାଳ 7ଟା ପର୍ଯ୍ୟନ୍ତ କଡାକଡି ଲକଡାଉନ ନିୟମ ପାଳନ କରାଯିବ । ଏହି ନିଷ୍ପତ୍ତି ପରେ ଏବେ ରବିବାର ଜରୁରୀକାଳୀନ ସେବାକୁ ଛାଡି ବାକି ସେବା ବନ୍ଦ ରହିବ ।

ABOUT THE AUTHOR

...view details