ଓଡିଶା

odisha

ETV Bharat / bharat

ନୀତିଶଙ୍କୁ ପୁଣି ଝଟକା: ବିଜେପିରେ ମିଶିଲା JDUର ଡାମନ ଡିୟୁ ୟୁନିଟ୍ - ବିଜେପିରେ ମିଶିଲେ ଡାମନ ଓ ଡିୟୁ ଜେଡିୟୁ ୟୁନିଟ

ଡାମନ ଓ ଡିୟୁରେ ନୀତିଶଙ୍କୁ ବଡ ଝଟକା । ବିଜେପିରେ ମିଶିଲେ ଜେଡିୟୁ ୧୫ ଜିଲ୍ଲା ପଞ୍ଚାୟତ ସଦସ୍ୟ । ଅଧିକ ପଢନ୍ତୁ

ନୀତିଶଙ୍କୁ ପୁଣି ଝଟକା: ବିଜେପିରେ ମିଶିଲେ ୧୫ ପଞ୍ଚାୟତ ସଦସ୍ୟ
ନୀତିଶଙ୍କୁ ପୁଣି ଝଟକା: ବିଜେପିରେ ମିଶିଲେ ୧୫ ପଞ୍ଚାୟତ ସଦସ୍ୟ

By

Published : Sep 13, 2022, 11:07 AM IST

ନୂଆଦିଲ୍ଲୀ:ନୀତିଶ କୁମାରଙ୍କୁ ପୁଣି ଝଟକା । ପଦ୍ମ ଧରିଲେ ଜେଡିୟୁର ଡାମନ ଓ ଡିୟୁ ୟୁନିଟ୍ । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ମହାଗଠନବନ୍ଧନ ସରକାର ଗଠନ କରିବା ପରଠୁ ନୀତିଶଙ୍କ ପାଇଁ ଅଡୁଆ ଥମିବାର ନାଁ ନେଉନି । ପ୍ରଥମେ ଅରୁଣାଚଳ ପ୍ରଦେଶ ଓ ମଣିପୁର ପରେ ଏବେ ଡାମନ ଓ ଡିୟୁରେ(Daman and Diu) ବିଜେପି ହାତ ଧରିଛନ୍ତି ଜେଡିୟୁ ୟୁନିଟ । ସୋମବାର ଡାମନ ଓ ଡିୟୁରେ ଜେଡିୟୁ ୧୭ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ମଧ୍ୟରୁ ୧୫ ଜଣ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି(15 JDU panchayat members join BJP) ।

ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସହିତ ମିଶି ମହାଗଠବନ୍ଧନ ସରକାର ଗଢିବା କାରଣରୁ ଡାମନ ଡିୟୁ(Daman and Diu) ଜେଡିୟୁ ୟୁନିଟ ଏପରି ପଦକ୍ଷେପ ନେଇଛି । ଏହାପୂର୍ବରୁ ଅରୁଣାଚଳ ପ୍ରଦେଶର ଜେଡିୟୁ ବିଧାୟକ ପଦ୍ମ ଧରିଥିଲେ । ସେହିପରି ଗତ ସେପ୍ଟେମ୍ବର ୨ ତାରିଖରେ ମଣିପୁରରେ ଜେଡିୟୁର(Janata Dal United) ସମୁଦାୟ ୬ ଜଣ ବିଧାୟକ ଥିବାବେଳେ ସେଥିମଧ୍ୟରୁ ୫ ଜଣ ବିଧାୟକ ଦଳ ଛାଡି ଶାସକ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ବିହାରରେ ଜେଡିୟୁ ବିଜେପି ସହ ସମ୍ପର୍କ ତୁଟାଇବାକୁ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକଶ କରିଥିଲେ । ଏଥିପାଇଁ ଜେଡିୟୁ ବିଧାୟକମାନେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ:ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

ଏବେ ଡାମନ ଓ ଡିୟୁରେ ମଧ୍ୟ ସମାନ ଘଟଣା ଘଟିଛି । ଜେଡିୟୁର ଡାମନ ଓ ଡିୟୁର ସମ୍ପୂର୍ଣ୍ଣ ୟୁନିଟ୍ ପଦ୍ମ ଧରିଥିବା ବିଜେପି ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ନିକଟରେ ନୀତିଶ କୁମାର(Nitish Kumar) ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ନେତୃତ୍ବାଧୀନ ମହଗଠବନ୍ଧନ ସରକାର ଗଠନ କରିଛନ୍ତି । ଏହାସହିତ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶଙ୍କ ଏତେ ବଡ ଧୋକ୍କା ପରେ ତାଙ୍କୁ ଉଚିତ୍ ଜବାବ ଦେବାକୁ ଅଣ୍ଟା ଭିଡିଛି ବିଜେପି ।

ABOUT THE AUTHOR

...view details