ୱାଶିଂଟନ: କୋରୋନା ଭାଇରସର ପ୍ରକୃତ ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ଆମେରିକା ଗବେଷଣା କରୁଛି । ଏହି ଗବେଷଣାରେ ଭାଇରସ ଉତ୍ପତ୍ତି ସ୍ଥଳ ଜାଣିବା ନେଇ ଗବେଷଣାରେ ସହଯୋଗ କରିବା ପାଇଁ ଜାତିସଂଘ ଷ୍ଟେଟ ସେକ୍ରେଟାରୀ ଆଣ୍ଟୋନି ବ୍ଲିଙ୍କେନ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ।
କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବା ପରେ ମହାମାରୀକୁ ରୋକିବାରେ ଏହା ସହାୟକ ହେବ । ଏଣୁ ଗବେଷଣାର ସହଯୋଗ କରିବାକୁ ବ୍ଲିଙ୍କେନ ଚୀନକୁ କହିଛନ୍ତି । କୋରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜୋରି ଧରିଥିବା ବେଳେ ଆମେରିକା ବାଇଡେନ ସରକାର ଭାଇରସର ମୂଳ ସ୍ତରକୁ ଯାଇ ପ୍ରକୃତ ତଥ୍ୟ ବାହାର କିରବେ ବୋଲି ବ୍ଲିଙ୍କେନ କହିଛନ୍ତି । କୋରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜାଣିବା ପାଇଁ ଆମେରକା ରାଷ୍ଟ୍ରପତି ଏକ ବିଶେଷଜ୍ଞ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।