ଦୃଷ୍ଟିଶକ୍ତି ହେଉଛି ମଣିଷକୁ ଈଶ୍ୱରଙ୍କ ଅମୂଲ୍ୟ ଦାନ । ଦୃଷ୍ଟିଶକ୍ତି ନ ଥିଲେ ମଣିଷ ଜୀବନ ସତେଯେମିତି ଅର୍ଥହୀନ ହୋଇପଡେ । ଜୀବନ ଦୁୁର୍ବିସହ ହୁଏ । ସୁନ୍ଦର ସୃଷ୍ଟିକୁ ଦେଖିବାରେ ବଂଚିତ ହୁଏ ମଣିଷ । ଦୃଷ୍ଟିଶକ୍ତିହୀନତା ପିଲା ଓ ମାଆବାପାଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରେ । ଏ ବାବଦରେ ଇଟିଭି ଭାରତ ସୁଖିଭବଃ ବିଶେଷଜ୍ଞ ଡକ୍ଟର ସୁଷମା ରେଡ୍ଡିଙ୍କ ସହ ଆଲୋଚନା କରିଥିଲା । ନବଜାତ ଛୁଆଙ୍କ ମଧ୍ୟରେ କେଉଁ କାରଣକୁ ଦୃଷ୍ଟିହୀନତା ସୃଷ୍ଟି ହୁଏ ଓ ଏ ନେଇ ରହିଥିବା ଭୁଲ୍ ଧାରଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଡକ୍ଟର ରେଡ୍ଡି ।
ରେଟିନୋପାଥି ଅଫ୍ ପ୍ରିମ୍ୟାଚୁରିଟି ( ଆରଓପି ) – ସାଧାରଣତଃ ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଏହି ଦୃଷ୍ଟିହୀନତା ରୋଗ ହୋଇଥାଏ , ଯାହାର କି ପ୍ରତିକାର ହୋଇପାରିବ ।ଜନ୍ମ ସମୟରେ ଛୁଆର ଓଜନ କମ୍ ରହିଲେ ସେମାନଙ୍କଠାରେ ଆରଓପି ହେବା ଆଶଙ୍କା ଅଧିକ ରହେ । ଠିକ୍ ସମୟରେ ଚିହ୍ନଟ କରାଯାଇ ଚିକିତ୍ସା କରାଇଲେ ଜୀବନବ୍ୟାପୀ ଦୃଷ୍ଟିହୀନତାକୁ ଏଡାଇ ଦେଇ ହେବ । ୩୪ ସପ୍ତାହର ଜେସଟେସନାଲ ବୟସ ପୂର୍ବରୁ ଜନ୍ମ ନେଇଥିବା ଛୁଆ ବା ଜନ୍ମବେଳେ ୨ କେଜିରୁ କମ୍ ଓଜନ ଥିବା ଛୁଆଙ୍କର ପ୍ରଥମ ତିନି ସପ୍ତାହ ମଧ୍ୟରେ ଆରଓପି ସ୍କ୍ରିନିଂ କରିବା ଦରକାର । ଜୀବନର ପ୍ରଥମ ତିନି ସପ୍ତାହ ମଧ୍ୟରେ ଅପରିପକ୍ୱ ଛୁଆଙ୍କ ଚକ୍ଷୁ ପରୀକ୍ଷା କରିବା ଜରୁରୀ ବୋଲି ସେମାନଙ୍କ ମାଆବାପାମାନେ ଅବଗତ ହେବା ଦରକାର । ଆରଓପିର ଶୀଘ୍ର ଚିହ୍ନଟ ଏହାର ପ୍ରଭାବଶାଳୀ ଚିକିତ୍ସାରେ ସହାୟକ ହୁଏ ।
ଜଣେ ସୁପ୍ରିଶିକ୍ଷିତ ଚକ୍ଷୁ ରୋଗ ବିଶେଷଜ୍ଞ ବା ଯେକୌଣସି ରେଟିନା ସ୍ପେଶାଲିଷ୍ଟ ବା ପେଡିଆଟ୍ରିକ୍ଅପଥାମୋଲୋଜିଷ୍ଟ ଦ୍ୱାରା ନବଜାତଙ୍କ ଆରଓପି ସ୍କ୍ରିନିଂ କରାଯାଇପାରିବ । ଯଦି ଆରଓପି ଚିହ୍ନଟ ହୋଇପାରିଲା, ତାହା ହେଲେ ଲେଜର ବା ଇଂଜେକସନ ଦେଇ ଛୁଆର ଚିକିତ୍ସା କରାଯାଇପାରେ । ଆରଓପି ପାଇଁ ସର୍ଜରୀ ବି କରାଯାଇପାରେ । ଆରଓପି କେଉଁ ସ୍ଥିତିରେ ରହିଛି, ତାହା ଉପରେ ଚିକିତ୍ସା ନିର୍ଭର କରେ । ଆରଓପିର କିଛି ସ୍ୱରୂପ ଦ୍ରୁତ ଭାବେ ଅଗ୍ରଗତି କରେ । ଏହା ଦ୍ୱାରା ମାତ୍ର ଦିନ କେଇଟା ମଧ୍ୟରେ ରେଟିନାଲ୍ ଡିଟାଚମେଂଟ ହୋଇପାରେ । ତେଣୁ ଏ ଦୃଷ୍ଟିରୁ ପ୍ରିମ୍ୟାଚୁର ଛୁଆଙ୍କ ଆରଓପି ସ୍କ୍ରିନିଂ କଲା ବେଳେ କିଛି ପ୍ରୋଟକଲ ମାନିବାକୁ ହେବ । ପ୍ରତି ଶିଶୁ ଓ ଚକ୍ଷୁ ବିଶେଷଜ୍ଞମାନେ ଏ ବାବଦରେ ଅବଗତ ରହିବା ଦରକାର ।
ନବଜାତକଙ୍କ ମଧ୍ୟରେ ଆରଓପି ଲକ୍ଷଣ - ଆରଓପିର କୌଣସି ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଏ ନାହିଁ । କେବଳ ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ସ୍କ୍ରିନିଂ କରାଗଲେ ଆରଓପି ଚିହ୍ନଟ ହୋଇପାରିବ । ରେଟିନୋବ୍ଲାଷ୍ଟୋମା ( ଆଇ କ୍ୟାନସର ) ଓ କନଜେନସିଆଲ୍ କାଟ୍ରାକ୍ଟ ଭଳି ଅନ୍ୟ ଦୃଷ୍ଟିହୀନତା ରୋଗର ଲକ୍ଷଣ ପ୍ରକାଶ ପାଏ । ଆଖିର କେନ୍ଦ୍ରସ୍ଥଳରେ ହ୍ୱାଇଟ୍ ରିଫ୍ଲେକ୍ସ ଦେଖାଯିବ । ସଂକ୍ରମଣ, ଚକ୍ଷୁଶ୍ଲେଷ ଆଦି ଅତ୍ୟଧିକ ଲାଲ୍ ରୂପ ଧାରଣ କରି ଆଖିକୁ ଆର୍ଦ୍ର କରିବେ । ନବଜାତକର ଯଦି ଅସ୍ୱାଭାବିକ ଭାବେ ବଡ ଆଖି ଥାଏ, ତାହା ହେଲେ କନଜେନସିଆଲ ଗ୍ଲାଉକୋମାର ଆଶଙ୍କା ଥାଏ।
ଅନ୍ୟାନ୍ୟ ସଂକେତ
ଖୁବ୍ ଶୀଘ୍ର ଆଖିପତା ଉପରୁ ତଳକୁ ବା ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ପଡିଥାଏ
ଉଜ୍ଜ୍ୱଳ ଆଲୋକ ବା ଟଟ ର୍ଲାଇଟ୍ରେ ଆଇ ବ୍ଲିକିଂର ଅନୁପସ୍ଥିତି
ଆଖି ଡୋଳା ଖସିବା