ଓଡିଶା

odisha

ETV Bharat / bharat

ସୋନୁ ସୁଦ ଫାଉଣ୍ଡେସନକୁ 5 ମାସର ପେନସନ ଦାନ କଲେ ଦୃଷ୍ଟିହୀନ ମହିଳା - ଦୃଷ୍ଟିହୀନ ମହିଳାଙ୍କ ବଦାନ୍ୟତା

ଦୃଷ୍ଟିହୀନ ମହିଳାଙ୍କ ବଦାନ୍ୟତା। ଅସହାୟଙ୍କ ପାଇଁ ସୋନୁ ସୁଦ ଫାଉଣ୍ଡେସନକୁ 5 ମାସର ପେନସନ ଟଙ୍କା ଦାନ କରିଛନ୍ତି ଆନ୍ଧ୍ରପ୍ରଦେଶର ନାଗା ଲକ୍ଷ୍ମୀ । ଅଧିକ ପଢନ୍ତୁ..

ସୋନୁ ସୁଦ ଫାଉଣ୍ଡେସନକୁ  5 ମାସ ପେନସନ ଦାନ କଲେ ଦୃଷ୍ଟିହୀନ ମହିଳା
ସୋନୁ ସୁଦ ଫାଉଣ୍ଡେସନକୁ 5 ମାସ ପେନସନ ଦାନ କଲେ ଦୃଷ୍ଟିହୀନ ମହିଳା

By

Published : May 13, 2021, 5:03 PM IST

ହାଇଦ୍ରାବାଦ: କାହା କଷ୍ଟ-ଦୁଃଖ, ଆଖିର ଲୁହ ଦେଖିବାକୁ ଚର୍ମ ଚକ୍ଷୁ ନୁହେଁ ଲୋଡା ମନର ଆଖି । ଦରଦୀ ଦୃଦୟ ହିଁ ବୁଝିପାରେ ମାନବିକତାର ମୂଲ୍ୟ । ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି ଦୃଷ୍ଟିହୀନ ମହିଳା ନାଗା ଲକ୍ଷ୍ମୀ । ଅସହାୟଙ୍କ ପାଇଁ ସୋନୁ ସୁଦ ଫାଉଣ୍ଡେସନକୁ ଦାନ କରିଛନ୍ତି ନିଜ 5 ମାସର ପେନସନ ଟଙ୍କା ।

ଆନ୍ଧ୍ରପ୍ରଦେଶର ଏକ ଛୋଟିଆ ଗାଁ ଭାରିକୁଣ୍ଟାପଦୁ । ଜଣେ ୟୁଟ୍ୟୁବର ଭାବେ ବି ସେ ବେଶ ଜଣାଶୁଣା । ଦୃଷ୍ଟି ଶକ୍ତି ହରାଇଥିଲେ ବି ସେ ମନର ଆଖିରେ ଅନୁଭବ କରୁଛନ୍ତି ବର୍ତ୍ତମାନର ସଙ୍କଟ ସମୟର କଷ୍ଟକୁ । ଆଉ ଏଥିପାଇଁ ଅନେକ ଦୁଃଖୀଙ୍କ ଆଶାର ବାଡି ସାଜିଥିବା ଅଭିନେତା ସୋନୁସୁଦଙ୍କ ଫାଉଣ୍ଡେସନକୁ 15,000 ଟଙ୍କା ଦାନ କରିଛନ୍ତି । ଯାହାକି ତାଙ୍କ 5 ମାସର ପେସସନ ଟଙ୍କା ।

ଏ ନେଇ ଟ୍ବିଟ କରି ସୋନୁ କହିଛନ୍ତି କି, ‘‘ ମୋ ପାଇଁ ନାଗା ଲକ୍ଷ୍ମୀ ହେଉଛନ୍ତି ଦେଶର ସବୁଠୁ ଧନୀ । କାହା ଦୁଃଖକୁ ଦେଖିବାକୁ ତୁମକୁ ଆଖିର ଆବଶ୍ୟକ ନାହିଁ ’’ ସେ(ନାଗା ଲକ୍ଷ୍ମୀ ) ହେଉଛନ୍ତି ରିୟଲ ହିରୋ ।

ABOUT THE AUTHOR

...view details