ଓଡିଶା

odisha

ETV Bharat / bharat

ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ - ଗୁଇନ୍ଦା ମୁଖ୍ୟଳୟରେ ବିସ୍ଫୋରଣ

ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ । ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ମାଡ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟଳୟରେ ବିସ୍ଫୋରଣ
ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟଳୟରେ ବିସ୍ଫୋରଣ

By

Published : May 10, 2022, 7:06 AM IST

Updated : May 10, 2022, 7:57 AM IST

ଚଣ୍ଡୀଗଡ: ପଞ୍ଜାବ ମୋହାଲି ସ୍ଥିତ ରାଜ୍ୟ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ (Punjab Police's Intelligence headquarters) । ସୋମବାର ସନ୍ଧ୍ୟାରେ ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ (Rocket Propelled Grenade) ମାଡ କରାଯାଇଛି । ତେବେ ଏହି ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ । ଯାହା ସୂଚନା ରହିଛି, ସନ୍ଧ୍ୟା ପ୍ରାୟ 7.45 ମିନିଟ୍ ସମୟରେ ମୁଖ୍ୟାଳୟର ତୃତୀୟ ମହଲାରେ ବିସ୍ଫୋରଣ ଘଟିଛି । ବୋମା ନିଷ୍କ୍ରିୟ ଟିମ୍ ଏବଂ ଫରେନସିକ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରୁଛନ୍ତି । ବିସ୍ଫୋରଣ ପରେ ମୁଖ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ତଦନ୍ତ ଜାରି ରହିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣା ସମ୍ପର୍କରେ DGP ଭିକେ ଭୱରାଙ୍କୁ(V.K. Bhawra) ବିସ୍ତୃତ ରିପୋର୍ଟ ମାଗିଛନ୍ତି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ଚିନ୍ତାଜନକ କଥା ହେଉଛି ହରିୟାଣାର କର୍ଣ୍ଣାଲରୁ ଆତଙ୍କୀମାନେ ଗିରଫ ହେବାର ଚାରି ଦିନ ପରେ ଗୁଇନ୍ଦା ମୁଖ୍ୟାଳୟ ଉପରେ ଏଭଳି ଆକ୍ରମଣ ହୋଇଛି । ଗତ 5 ତାରିଖ ଦିନ ୪ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା ।

ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ବନ୍ଧୁକ ଜବତ କରାଯିବା ସହ ଏକ ବାରୁଦ ଭର୍ତ୍ତି କଣ୍ଟେନର ମଧ୍ୟ ଜବତ ହୋଇଥିଲା । ପୋଲିସର କହିବା ଅନୁଯାୟୀ, ଏହି ଆତଙ୍କୀମାନେ ଅନେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ । ସେମାନଙ୍କ ନାମ ଗୁରୁପ୍ରୀତ ସିଂହ, ଅମନଦୀପ ସିଂହ, ପରମିନ୍ଦର ସିଂହ, ଏବଂ ଭୁପିନ୍ଦର ସିଂହ ହୋଇଥିବା ବେଳେ ସମସ୍ତେ ପଞ୍ଜାବର ବାସିନ୍ଦା ଅଟନ୍ତି ।

Last Updated : May 10, 2022, 7:57 AM IST

ABOUT THE AUTHOR

...view details