ରାଞ୍ଚି ପେଟ୍ରୋଲ ପମ୍ପରେ ନାଇଟ୍ରୋଜେନ୍ ଗ୍ୟାସ ବିସ୍ଫୋରଣ, ଜଣେ ଗୁରୁତର - ନାଇଟ୍ରୋଜେନ୍ ଗ୍ୟାସ ବିସ୍ଫୋରଣ

ରାଞ୍ଚି ପେଟ୍ରୋଲ ପମ୍ପରେ ନାଇଟ୍ରୋଜେନ୍ ଗ୍ୟାସ ବିସ୍ଫୋରଣ
15:15 January 12
ରାଞ୍ଚି ପେଟ୍ରୋଲ ପମ୍ପରେ ନାଇଟ୍ରୋଜେନ୍ ଗ୍ୟାସ ବିସ୍ଫୋରଣ, ଜଣେ ଗୁରୁତର
ଝାଡଖଣ୍ଡ: ହରମୁ ରୋଡରେ ଥିବା ଶକ୍ତି ପେଟ୍ରୋଲ ପମ୍ପରେ ନାଇଟ୍ରୋଜେନ ସିଲିଣ୍ଡରରେ ବିସ୍ଫୋରଣ ହୋଇଛି । ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଚାରି ଚକିଆ ଏବଂ ଦୁଇ ଚକିଆ ଯାନରେ ନାଇଟ୍ରୋଜେନ୍ ସିଲିଣ୍ଡର ମାଧ୍ୟମରେ ଗ୍ୟାସ ଭର୍ତ୍ତି କରାଯାଇଥାଏ । ଗ୍ୟାସ ଭରିବା ସମୟରେ ସିଲିଣ୍ଡରରେ ହଠାତ୍ ବିସ୍ଫୋରଣ ହୋଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ