ନୂଆଦିଲ୍ଲୀ: କିଛିଦିନ ତଳେ ଦିଲ୍ଲୀ ରୋହିଣୀ କୋର୍ଟ(Rohini Court Blast)ରେ ଘଟିଥିବା ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ଦର୍ଶାଇ DRDOର ଜଣେ ବୈଜ୍ଞାନିକ(DRDO Scientist Arrest)ଙ୍କୁ ଗିରଫ କଲା ପୋଲିସ । ସନ୍ଦେହରେ ପୋଲିସ ନ୍ୟାୟିକ ହେପାଜତରେ ରଖିଥିବା ବୈଜ୍ଞାନିକ ବିସ୍ଫୋରଣ ନେଇ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲ୍ପମେଣ୍ଟ ଅରଗାନାଇଜେସନ ଭରତ ଭୂଷଣ କତାରିଆ ନାମକ ଜଣେ ସିନିୟର ବୈଜ୍ଞାନିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜଣେ ଆଇନଜୀବୀଙ୍କୁ ମାରିବା ଉଦ୍ଦେଶ୍ୟରେ ଟିଫିନ ବୋମା ଖଞ୍ଜିବା ଅଭିଯୋଗରେ DRDO ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି । ଗତ ୯ ତାରିଖରେ ରୋହିଣୀ ଜିଲ୍ଲା କୋର୍ଟ ପରିସରରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ ।