ଓଡିଶା

odisha

ETV Bharat / bharat

Blast in Jharkhand: ରାଞ୍ଚିକୁ ଏୟାରଲିଫ୍ଟ ହେଲେ 5 ଆହତ CRPF ଯବାନ - CRPF ଯବାନ ଆହତ

ଝାରଖଣ୍ଡର ଚାଇବସାରେ କମ୍ବିଂ ଅପରେସନ ବେଳେ ଆଇଡି ବିସ୍ଫୋରଣ । 5 CRPF ଯବାନ ଗୁରୁତର । ରାଞ୍ଚିକୁ କରାଗଲା ଏୟାରଲିଫ୍ଟ । ଅଧିକ ପଢନ୍ତୁ

ରାଞ୍ଚିକୁ ଏୟାରଲିଫ୍ଟ ହେଲେ 5 ଆହତ CRPF ଯବାନ
Blast in Jharkhands Chaibasa

By

Published : Jan 11, 2023, 5:59 PM IST

Updated : Jan 11, 2023, 6:13 PM IST

ହାଇଦ୍ରାବାଦ:ଝାଡଖଣ୍ଡ ଚାଇବସାରେ ନକ୍ସଲ ବିରୋଧୀ ଅପରେସନ ବେଳେ ବିସ୍ଫୋରଣ ଘଟି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର 5ଯବାନ ଗୁରୁତର ହୋଇଛନ୍ତି । ତନ୍ତୋ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । କମ୍ବିଂ ଅପରେସନରେ ଏହି ଯାବାନମାନେ ସାମିଲ ଥିଲେ । ଗୁରୁତର ଯବାନଙ୍କୁ ରାଜଧାନୀ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି । କମ୍ବିଂ ଅପରେସନ ପୂର୍ବରୁ ID ରଖାଯାଇଥିଲା । ଘଟଣାସ୍ଥଳରେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଇଛି ।

ଆଜି ଅପରାହ୍ନରେ ଚାଇବସାର ନିକଟସ୍ଥ ଜଙ୍ଗଲରେ ଏହି କମ୍ବିଂ ଜାରି ରହିଥିଲା । CRPF ଯବାନଙ୍କ ସହ ସ୍ଥାନୀୟ ପୋଲିସର ଯବାନ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିଲା । ଏଥିରେ 5 କେନ୍ଦ୍ରୀୟ ଫୋର୍ସର ଯବାନ ଆହତ ହୋଇଥିଲେ । ଯବାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ରାଜଧାନୀ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି । ଯବାନଙ୍କ ଅବସ୍ଥା ଗମ୍ଭୀର ରହିଛି ।

ଧନବାଦ ବିସ୍ଫୋରଣରେ 4ଜଣ ଆହତ ହେବାର ମାତ୍ର ଗୋଟିଏ ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଧନବାଦରେ ଏକ ବାଇକ ଡିକିରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ସମ୍ପୃକ୍ତ ବାଇକ ଆରୋହୀଙ୍କ ସମତେ 3ମହିଳାଙ୍କୁ ମିଶାଇ ମୋଟ 4ଜଣ ଆହତ ହୋଇଥିଲେ । ଯାହାର ତଦନ୍ତ ଜାରି ରହିଛି । ଏବେ ପୁଣି ଏକ ନକ୍ସଲ ବିସ୍ଫୋରଣରେ ଯବାନ ଆହତ ହେବା ଘଟଣା ସାମ୍ନାକୁ ଆସିଛି ।

ଚଳିତ ସଂସଦ ଶୀତ ଅଧିବେଶନରେ ଦେଶରେ ନକ୍ସଲ ହିଂସା ନେଇ ସଦନରେ ତଥ୍ୟ ରଖିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ତେବେ ପୂର୍ବ ବର୍ଷଗୁଡିକ ତୂଳନାରେ ଦେଶରେ ନକ୍ସଲ ହିଂସା 77 ପ୍ରତିଶତ ହ୍ରାସ ପାଇଥିବା ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ତଥ୍ୟ ଅନୁସାରେ, 2010 ରେ ଦେଶରେ ନକ୍ସଲ ହିଂସା ଘଟଣା ସଂଖ୍ୟା 2,213ରେ ଥିବା ବେଳେ 2021ରେ ମାତ୍ର 509ଟି ନକ୍ସଲ ଆକ୍ରମଣ ଘଟଣା ରେକର୍ଡ ହୋଇଥିଲା । ସେହିପରି ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟାରେ 85 ପ୍ରତିଶତ ହ୍ରାସ ଘଟିଥିବା ମଧ୍ୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶରେ ନକ୍ସଲ ଦମନ ନେଇ ସ୍ପଷ୍ଟ ଇଙ୍ଗୀତ କରିସାରିଛନ୍ତି । 2024 ସୁଦ୍ଧା ଦେଶର କୌଣସି ରାଜ୍ୟରେ ଲାଲଗଡର ଅସ୍ତତ୍ବ ରହିବ ନାହିଁ ବୋଲି ଶାହ କହିଥିଲେ । ସେହିପରି ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରରେ ଦେଶରେ ନକ୍ସଲ ସମସ୍ୟା ପ୍ରଭାବୀ ଭାବେ ମୁକାବିଲା ହୋଇଥିବା ଶାହ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2023, 6:13 PM IST

ABOUT THE AUTHOR

...view details