ରାଞ୍ଜି:ଘର ଭିତରେ ଭୟଙ୍କର ବିସ୍ଫୋରଣ । ଭୁଶୁଡିଲା ଘର ଫଳରେ 4 ଜଣ ପୋତି ହୋଇ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣଙ୍କ ମୃତଦେହ ମିଳିଥିବାବେଳେ ଅନ୍ୟ ତିନି ଜଣଙ୍କ ମୃତଦେହ ମିଳିନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଗିରିଡିହ ଅଞ୍ଚଳରେ ।
ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ 10.30 ସମୟରେ ବୁଦ୍ଧନ ରାୟ ନାମକ ବ୍ୟକ୍ତିଙ୍କ ଘରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହା ପରେ ପୁରା ଘର ମାଟିରେ ମିଶି ଯାଇଥିଲା । କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । କିଛି ଲୋକ ସିଲିଣ୍ଡର ବିସ୍ଫୋରଣ ହେବାର କାରଣ ଦେଉଥିବାବେଳେ କିଛି ଲୋକ କହିଛନ୍ତି ଯେ ଏହି ବିସ୍ଫୋରଣ ପଛରେ ବିସ୍ଫୋରକ ଥାଇପାରେ ବୋଲି କହିଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରୀ ରଖିଛି ।