ପାଟନା: ବିହାର ରାଜଧାନୀ ପାଟନା ସ୍ଥିତ ସିଭିଲ କୋର୍ଟରେ ଫୁଟିଲା ବୋମା(Blast at Patna civil court) । ଆଜି ସିଭିଲ କୋର୍ଟ ଭିତରେ ଏକ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ପୋଲିସ ଅଫିସର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୋମାଟିକୁ କୋର୍ଟରେ ଉପସ୍ଥାପନ କରାଯାଉଥିଲା । ଏହି ସମୟରେ ବୋମାଟି ବିସ୍ଫୋରଣ ହୋଇଛି । ବିସ୍ଫୋରଣର ଶବ୍ଦ ପରେ କୋର୍ଟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
କୋର୍ଟ ଭିତରେ ଫୁଟିଲା ବୋମା, ସବ-ଇନ୍ସପେକ୍ଟର ଆହତ - କୋର୍ଟ ଭିତରେ ବିସ୍ଫୋରଣ
ପାଟନାର ଏକ ସିଭିଲ କୋର୍ଟ ଭିତରେ ଫୁଟିଲା ବୋମା(Blast at Patna civil court) । ଜଣେ ସବ-ଇନ୍ସପେକ୍ଟର ଆହତ । ଅଧିକ ପଢନ୍ତୁ

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନ SHO କହିଛନ୍ତି, ''ବୋମା ବିସ୍ଫୋରଣରେ ସବ୍ ଇନ୍ସପେକ୍ଟର ଉମାକାନ୍ତ ରାୟ ଆହତ ହୋଇଛନ୍ତି । କିଛି ଦିନ ତଳେ ଉମାକାନ୍ତ ନିଜ ଅଞ୍ଚଳରୁ କିଛି ଅଫୁଟା ବୋମା ଜବତ କରିଥିଲେ ଏବଂ ତଦନ୍ତ ପ୍ରକ୍ରିୟାର ଏକ ଅଂଶ ଭାବେ ବୋମାଗୁଡିକୁ କୋର୍ଟରେ ଉପସ୍ଥାପନ କରିବାକୁ ଆଣିଥିଲେ । ସେ ଏକ ବାକ୍ସ ମଧ୍ୟରେ ବୋମାଗୁଡିକୁ ଆଣି ସରକାରୀ ଓକିଲଙ୍କ ଟେବୁଲ ଉପରେ ରଖଥିଲେ । ଏହି ସମୟରେ ସେଥିମଧ୍ୟରୁ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ କୋର୍ଟରୁମରେ ଉପସ୍ଥିତ ଥିବା ଲୋକେ ଖୁବ୍ ଭୟଭୀତ ହୋଇଯାଇଥିଲେ ।'' ତେବେ ବୋମାଗୁଡିକୁ କୋର୍ଟକୁ ଆଣିବା ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଥିଲା ନା ନାହିଁ ସେନେଇ ଯାଞ୍ଚ କରାଯିବ ବୋଲି SHO କହିଛନ୍ତି ।