ମୁମ୍ବାଇ:ମହାରାଷ୍ଟ୍ର ଥାଣେର ଉଲହସନାଗରର ଶାହାଦ ଅଞ୍ଚଳରେ ସ୍ଥିତ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ଘଟି 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଆଜି ମଧ୍ୟାହ୍ନରେ କମ୍ପାନୀର CS2 ବିଭାଗରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଥିରେ କମ୍ପାନୀରେ କାର୍ଯ୍ୟରତ 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବଂ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ମଧ୍ଯାହ୍ନ ପ୍ରାୟ 12 ଟା ସମୟରେ ଏହି ବିସ୍ଫୋରଣ ଘଟିଛି । କମ୍ପାନୀର CS2 ବିଭାଗରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । କାମ କରୁଥିବା 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରାଯାଇନି । ସେମାନଙ୍କୁ ଚିହ୍ନଟ କରି ପରିବାର ସଦସ୍ୟଙ୍କୁ ପୋଲିସ ସୂଚନା ଦେବାକୁ ପ୍ରୟାସ କରୁଛି । ସମସ୍ତ ମୃତଦେହ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିଜନକୁ ହସ୍ତାନ୍ତର କରାଯିବ ।
ଏହି ବିସ୍ଫୋରଣରେ ବହୁ ଶ୍ରମିକ ଆହତ ହୋଇଥିବା ଖବର ମଧ୍ୟ ରହିଛି । ଆହତ ଶ୍ରମିକମାନଙ୍କୁ ସେଞ୍ଚୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ସଂଖ୍ୟା ସମ୍ପର୍କରେ ଜଣାପଡିନାହିଁ । ସେମାନଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସୂଚନା ମଧ୍ୟ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ରିପୋର୍ଟ ଆସିଲେ ବିସ୍ଫୋରଣର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।