ଡେରାଡୁନ:ଉତ୍ତରାଖଣ୍ଡରେ ବର୍ଷା ଦିନେ ନଦୀ ଗୁଡିକର ଜଳ ସ୍ତର ବୃଦ୍ଧି ପାଇବା ସହ ଭୂସ୍ଖଳନ ଖବର ସାମ୍ନାକୁ ଆସେ । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଏ । ବର୍ଷା ହେତୁ ଅନେକ ସ୍ଥାନରେ ଯାତାୟତ ମଧ୍ୟ ବାଧାପ୍ରପ୍ତ ହୋଇଥାଏ । ବହୁ ମୁଖ୍ୟ ରାସ୍ତା ବନ୍ଦ ହେବାରୁ ସେନାର ଗତିବିଧି ମଧ୍ୟ ପ୍ରଭାବିତ ହୋଇଥାଏ । ସେହିପରି ଉତ୍ତରାଖଣ୍ଡକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ମୁଖ୍ୟ ରାସ୍ତା ବନ୍ଦ ହେବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ଅଲ ଓ୍ବେଦର ରୋଡ ଯୋଜନାରେ ରାସ୍ତା ନିର୍ମାଣ କରିଥିଲେ । କିନ୍ତୁ ବର୍ଷା ଦିନରେ ଏହି ରାସ୍ତା ଭୁଶୁଡି ପଡିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୁଧବାର ରିଷିକେଶ ବଦ୍ରିନାଥ ଅଲଓ୍ବେଦର ରାଜପଥରେପୁରସାଡି ନିକଟରେ ରାସ୍ତା କଡ଼ରେ ଥିବା ଆରସିସି କାନ୍ଥର ଏକ ଅଂଶ ଭୁଶୁଡିପଡିଥିଲା । ଯାହାଫଳରେ ଯାତାୟତ ବ୍ୟାଘାତ ହୋଇଥିଲା । ଏହାପରେ ରାସ୍ତାର ଗୁଣାବତା ଉପରେ ପ୍ରଶ୍ନ ଉଠିଛି । ସାମରିକ ଦୃଷ୍ଟି କୋଣରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ହୋଇଥିବା ବେଳେ ଚୀନ ବଡର ସହ ସଯୋଗ କରୁଛି । କିନ୍ତୁ ଏହା ସାମାନ୍ୟ ବର୍ଷାରେ ଭୁଶୁଡିବାରୁ ଏହାର ଗୁଣାବତାକୁ ନେଇ ପ୍ରଶ୍ନ ଉଠିଛି ।
2016 ମସିହାରେ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏଲ ଓ୍ବେଦର ରୋଡ୍ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଏହି ଯୋଜନା ଘୋଷଣା ହୋଇଥିଲା। ଏହାପରେ 2022 ସୁଦ୍ଧା ଉତ୍ତରପ୍ରଦେଶର ଏହି ରାସ୍ତାକାମ ଶେଷ ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ କୋରୋନା କାରଣରୁ ରାସ୍ତାକାମ ବନ୍ଦ କରିବାକୁ ପଡିଲା । ତେଣୁ ବର୍ତ୍ତମାନ ଏହାର କାର୍ଯ୍ୟ ସମାପ୍ତ କରିବାର ସମୟସୀମା ବୃଦ୍ଧି କରାଯାଇଛି। ୧୨ ହଜାରକୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଥିବା ବେଳେ ଏହାର ଲମ୍ବ 889 କିଲୋମିଟର ଦୁଇ ଲେନ ବିଶିଷ୍ଟ ରହିଛି । ବର୍ତ୍ତମାନ ପ୍ରକଳ୍ପରେ ପ୍ରାୟ 90% କାର୍ଯ୍ୟ କରାଯାଇଛି।
ଏହା ରାସ୍ତା ନିର୍ମାଣ ପରେ ଚାରଧାମ ଯାତ୍ରା ସହଜ ହେବା ସହ ସୀମାରେ ପହଞ୍ଚିବା ପାଇଁ ସେନାଙ୍କୁ ମଧ୍ୟ କମ ସମୟ ଲାଗେ । ଚାରିଧାମ ଯାତ୍ରା ପାଇଁ ପୂର୍ବରୁ ମନ୍ଦିରରେ 12 ରୁ 13 ଘଣ୍ଟା ଲାଗୁଥିବା ବେଳେ ବର୍ତ୍ତମାନ ତାହା ପ୍ରାୟ 7 ରୁ 8 ଘଣ୍ଟା ସମୟ ଲାଗୁଛି । କିନ୍ତୁ ରାସ୍ତାର କାନ୍ଥ ଭୁଶୁଡିବାରୁ ଏବେ ପ୍ରଶ୍ନ ଘେରକୁ ଆସିଛି ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂସ୍ଥା । ଏବେ ପ୍ରଶ୍ନ ଉଠୁଛି ଯଦି ଏହି ରାସ୍ତାଗୁଡ଼ିକ କାନ୍ଥ ସାହାଯ୍ୟରେ ଅଟକାଯାଉଛି, ତେବେ ଆଗାମୀ ସମୟରେ ଉତ୍ତରାଖଣ୍ଡର ସମସ୍ତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଅଲଓ୍ବେଦର ରାସ୍ତାର ଅବସ୍ଥା କ’ଣ ହେବ? ଏନେଇ PWD ଅଧିକାରୀଙ୍କୁ ପଚାରିବାରୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ କେନ୍ଦ୍ରୀୟ ଏଜେନ୍ସି ତଦାରଖ କରୁଥିବା ସେ କହିଥିଲେ ।
NHIDCL ଅଧିକାରୀଙ୍କ ମତ
ଏହି ରାସ୍ତା ନିର୍ମାଣର ଦାୟିତ୍ୱ କେନ୍ଦ୍ରୀୟ ଏଜେନ୍ସି NHIDC ଉପରେ ଅଛି । ଏନେଇ କମ୍ପାନୀର ଏମଡି ସନ୍ଦୀପ କର୍କିଙ୍କୁ ଚାମୋଲିର ରାସ୍ତା ବିଷୟରେ ପଚାରିବାରୁ ସେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ ।
ପ୍ରଶ୍ନ: ବର୍ତ୍ତମାନ ସମସ୍ତ ଓ୍ବେଦର ରୋଡ ବିଷୟରେ କଣ ସୂଚନା ଅଛି ଏବଂ ଏହି ରାସ୍ତା ଭୁଶୁଡିବାର କାରଣ କଣ?
ସନ୍ଦୀପ କର୍କି: ବର୍ତ୍ତମାନ ଆମର ପ୍ରକଳ୍ପ ପ୍ରକ୍ରିୟା ଚାଲିଛି । ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଏପରି ପରିସ୍ଥିତିରେ ଯଦି ରାସ୍ତା କୌଣସି ସ୍ଥାନରେ ନଷ୍ଟ ହୋଇଯାଏ, ତେବେ ପୁନର୍ବାର କଣ୍ଟ୍ରାକ୍ଟର ସେଗୁଡିକ ନିର୍ମାଣ ପାଇଁ କାର୍ଯ୍ୟ କରନ୍ତି । କେବଳ ଏତିକି ନୁହେଁ, ଯଦିଓ ଏହି ରାସ୍ତା ସଂପୂର୍ଣ୍ଣ ହୋଇଛି, ତେବେ କଣ୍ଟ୍ରାକ୍ଟର ଏହାକୁ 4 ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବେ । ଯଦି ରାସ୍ତାରେ କୌଣସି ଭଙ୍ଗାରୁଜା ହୁଏ, ତେବେ ଏହା ଠିକାଦାରଙ୍କ ଦାୟିତ୍ୱ। କଣ୍ଟ୍ରାକ୍ଟର ପୁନର୍ବାର କାମ ସାରିବେ ।