ନୂଆଦିଲ୍ଲୀ:କୋରୋନା ସଂକ୍ରମଣ ମଧ୍ୟରେ ବ୍ଲାକ ଫଙ୍ଗସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଦେଶର ବଢୁଥିବା ବ୍ଲାକ ଫଙ୍ଗସ ମାମଲା ଦେଖି ଆତଙ୍କିତ ହେଉଛନ୍ତି ଦେଶବାସୀ । ତେବେ ବ୍ଲାକ ଫଙ୍ଗସ ସଂକ୍ରାମକ ନୁହେଁ, ଏନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିୟା ।
କୋରୋନାରୁ ସୁସ୍ଥ ବ୍ୟକ୍ତି ଏବଂ କ୍ରମଶଃ ସୁସ୍ଥଲାଭ କରୁଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଉଥିବା ମ୍ୟୁକରମାଇକୋସିସ ସାଧାରଣ ଫଙ୍ଗଲ ସଂକ୍ରମଣ ଅଟେ । ଯଦିଓ ଦେଶରେ ବର୍ତ୍ତମାନ ଏହି ମାମଲା ବୃଦ୍ଧି ପାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ । ଅର୍ଥାତ୍ କୋରୋନା ଭଳି ବ୍ଲାକ ଫଙ୍ଗସ ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ଡେଇଁ ନଥାଏ । ଏହି ଫଙ୍ଗସକୁ ବିଭିନ୍ନ ରଙ୍ଗ ନାମରେ ନାମିତ କରିବା ଅପେକ୍ଷା ମ୍ୟୁକରମାଇକୋସିସ କହିବା ଯଥାର୍ଥ ଅଟେ । ପ୍ରାୟ 90-95 ପ୍ରତିଶତ ମ୍ୟୁକରମାଇକୋସିସ ରୋଗୀ ମଧୁମେହ କିମ୍ବା ଷ୍ଟେରଏଡ ରୋଗୀ ଅଟନ୍ତି ବୋଲି ଡ଼ ଗୁଲେରିୟା କହିଛନ୍ତି ।