ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆମ୍ଫୋଟେରିସିନ-ବି ଔଷଧକୁ ବ୍ୟବହାର କରାଯାଉଛି । ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1 ଲକ୍ଷ 6 ହଜାର 300 ଡୋଜ ଔଷଧ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୋୱଡା ସୋମବାର ସୂଚନା ଦେଇଛନ୍ତି ।
ଏହାରି ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆଉ 53 ହଜାର ଔଷଧ ପଠାଇଛନ୍ତି । ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ତୁରନ୍ତ ଏହି ଔଷଧକୁ ପଠାଇବା ପାଇଁ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛି । ସୋମବାର କର୍ଣ୍ଣାଟକକୁ 9400 ଲିପୋସୋମାଲ ଆମ୍ଫୋଟେରିସିନ ବି ଓ 4680 କନଭେନ୍ସନାଲ ଆମ୍ଫୋଟେରିସିନ-ବି ପଠାଯାଇଛି ।