ଓଡିଶା

odisha

ETV Bharat / bharat

ସଂସଦ ଇତିହାସରେ...ପୁରୁଣା ଗୃହରେ ଆତଙ୍କୀ ହମଲା, ନୂଆ ଭବନରେ ବିକ୍ଷୋଭକାରୀ ଅନୁପ୍ରବେଶ - indian parliament

Black Day For Parliament: ସଂସଦ ଇତିହାସରେ ଆଜିର ଦିନ କଳାଦିନ ପାଲଟିଛି । ୨୦୦୧ ମସିହାରେ ପୁରୁଣା ଗୃହରେ ଆତଙ୍କୀ ହମଲା ହୋଇଥିବାବେଳେ ନୂଆ ଗୃହରେ ୨ ସନ୍ଦିଗ୍ଧ ଅନୁପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ ...

black day for parliament
ସଂସଦ ଇତିହାସରେ କଳାଦିନ

By ETV Bharat Odisha Team

Published : Dec 13, 2023, 5:44 PM IST

Updated : Dec 13, 2023, 5:52 PM IST

ନୂଆଦିଲ୍ଲୀ:ସଂସଦ ଇତିହାସରେ ଆଜିର ଦିନ ପାଲଟିଛି କଳାଦିନ । କାରଣ ଆଜିର ଦିନରେ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଉପରେ ବାରମ୍ବାର ହେଉଛି ଆତଙ୍କୀ ହମଲା । ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଦିନ ସଂସଦରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ସୁରକ୍ଷା ଦାୟିତ୍ବରେ ଥିବା ୯ ଜଣ ଯବାନ ଶହୀଦ ହୋଇଥିଲେ । ଏହି କଳା ଦିନକୁ ଆଜକୁ ୨୨ବର୍ଷ ପୂରିଥିବାବେଳେ ପୁଣି ଥରେ ସେ ଇତିହାସର ପୁରନାରବୃତ୍ତି ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀ ଏବଂ ଉପସ୍ଥିତ ସମସ୍ତ ସଦସ୍ୟ ଆଜି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବାବେଳେ ଆଜି ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଲୋକସଭା ଦର୍ଶକ ଗ୍ୟାଲେରୀରୁ ୨ ଜଣ ସନ୍ଦିଗ୍ଧ ଠାବ ହେବା ପରେ ଗୃହକାର୍ଯ୍ୟ ବନ୍ଦ ରହିଛି ।

ସଂସଦ ଇତିହାସରେ କଳାଦିନ

ସଂସଦ ଆକ୍ରମଣର ଇତିହାସ:

୨୦୦୧ ମସିହା ଆଜିର ଦିନରେ ସଂସଦରେ ଶୀତକାଳିନ ଅଧିବେଶନ ବସିଥିଲା । ବିରୋଧୀଙ୍କ ହୋହଲ୍ଲା ପରେ ଗୃହକୁ ୪୦ମିନିଟ୍ ପାଇଁ ମୁଲତବୀ ରଖାଯାଇଥିଲା । ସେହି ସମୟରେ ବାହାରକୁ ଯାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବିରୋଧୀ ଦଳ ନେତା ସୋନିଆ ଗାନ୍ଧୀ । ଆକ୍ରମଣ ସମୟରେ ଗୃହରେ ଉପସ୍ଥିତ ଥିଲେ ତତ୍କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ପାଖାପାଖି ୨୦୦ଜଣ ସାଂସଦ ।

ସଂସଦ ଇତିହାସରେ କଳାଦିନ

କିପରି ହୋଇଥିଲା ଆକ୍ରମଣ?

ଏକ ଧଳା ଆମ୍ବାସଡର କାର୍ ଯୋଗେ ଆସି ପାଖାପାଖି ୪୫ ମିନିଟ୍ ଧରି ଗୁଳିଚାଳନା କରିଥିଲେ ସଶସ୍ତ୍ର ଆତଙ୍କବାଦୀ । କିଛି ସମୟ ମଧ୍ୟରେ ପରିସ୍ଥିତି ଭୟଙ୍କର ହୋଇ ଉଠିଥିଲା । ଆତଙ୍କୀଙ୍କୁ ନିପାତ କରିବା ପାଇଁ ପାଲଟା ଆକ୍ରମଣ କରିଥିଲେ ସୁରକ୍ଷାକର୍ମୀ । ଆଉ ଏଥିରେ ସେମାନେ ସଫଳ ମଧ୍ୟ ହୋଇଥିଲେ । ହେଲେ ଏହି ଯୁଦ୍ଧରେ ୬ ଜଣ ଯବାନଙ୍କ ସମେତ ସଂସଦର ୨ଜଣ ସୁରକ୍ଷାକର୍ମୀ ଓ ଜଣେ ଡ୍ରାଇଭରଙ୍କ ଜୀବନ ଯାଇଥିଲା ।

ସଂସଦ ଇତିହାସରେ କଳାଦିନ

ଏହା ବି ପଢନ୍ତୁ...ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍: ପାର୍ଲାମେଣ୍ଟରେ ଦିଲ୍ଲୀ ପୋଲିସ-ସିଆରପିଏଫ୍ ଡିଜି, 4 ଅଭିଯୁକ୍ତଙ୍କୁ ଗୁଇନ୍ଦା ଜେରା, ଗାଁକୁ ଗଲା ତଦନ୍ତ ଟିମ୍

ଆଜି ଏହି ଘଟଣାକୁ ଠିକ୍ ୨୨ ବର୍ଷ ପୂରିଥିବାବେଳେ ଲୋକସଭା ଦର୍ଶକ ଗ୍ୟାଲେରୀରି ୨ ସନ୍ଦିଗ୍ଧ ଠାବ ହୋଇଛନ୍ତି । ଏହି ଦୁଇ ଜଣ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ ସୁରକ୍ଷାକର୍ମୀ । ସଂସଦରେ ଏଭଳି ବେଆଇନ ଭାବେ ପ୍ରବେଶ କରି ଆତଙ୍କ ରଚିଥିବା ବ୍ୟକ୍ତିମାନେ ହେଲେ ନିଲମ ସିଂହ ଏବଂ ଅମୋଲ ସିନ୍ଦେ । ଖାଲି ସେତିକି ନୁହେଁ, କଲର୍ସ ସ୍ମୋକ ଧରି ସେମାନେ ସଂସଦରେ ଆତଙ୍କ ରଚିଥିଲେ । ଯାହାକୁ ନେଇ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 5:52 PM IST

ABOUT THE AUTHOR

...view details