ମୁମ୍ବାଇ:ବିଜେପି ବିଧାୟକ ରାହୁଲ ନରଓ୍ବେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ ଦିନ ବ୍ୟବଧାନରେ ହୋଇଥିବା ବାଚସ୍ପତି ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ବେସ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଥିଲା । ଶିବସେନା ମଧ୍ୟ ବାଚସ୍ପତି ପ୍ରାର୍ଥୀ ଦେଇଥିଲେ ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ବିଧାୟକ ରାହୁଲ ନରଓ୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।
ବିଜେପି ବିଧାୟକ ରାହୁଲ ନରଓ୍ବେକର ହେଲେ ମହାରାଷ୍ଟ୍ର ବାଚସ୍ପତି - ମହାରାଷ୍ଟ୍ର ବାଚସ୍ପତି ହେଲେ ବିଜେପି ବିଧାୟକ ରାହୁଲ ନରଓ୍ବେକର
ମହାରାଷ୍ଚ୍ରକୁ ମିଳିଲେ ଯୁବ ବାଚସ୍ପତି । ବିଜେପି ବିଧାୟକ ରାହୁଲ ନରଓ୍ବେକର ହେଲେ ବାଚସ୍ପତି । ଅଧିକ ପଢନ୍ତୁ
ମହାରାଷ୍ଟ୍ର ବାଚସ୍ପତି ହେଲେ ବିଜେପି ବିଧାୟକ ରାହୁଲ ନରଓ୍ବେକର
ଆଜି ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଗୃହରେ ବହୁମତ ପ୍ରମାଣ ଦେବ ନବଗଠିତ ସିନ୍ଧେ ସରକାର । ଗୃହରେ ଫ୍ଲୋରଟେଷ୍ଟ ପାଇଁ ବାଚସ୍ପତିଙ୍କର ମୁଖ୍ୟ ପରିଚାଳନାଗତ ଭୂମିକା ରହିଛି । ଆଜି ବିଧାନସଭାକୁ ବାଚସ୍ପତି ମିଳି ସାରିଥିବା ବେଳେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରକ୍ରିୟା ମଧ୍ୟ ଶେଷ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ