ନୂଆଦିଲ୍ଲୀ: ଜୀବନ ହାରିଲେ ଯୁବ ବିଜେପି ନେତା । ଦିଲ୍ଲୀର 25 ବର୍ଷୀୟ ଯୁବ ବିଜେପି ନେତା କରଣ ବାଙ୍କା ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି । ମୁଣ୍ଡରେ ଗୁଳି ବାଜିବାରୁ ଅତ୍ୟଧିକ ରକ୍ତସ୍ରାବ ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଯୁବ ନେତା ଜଣକ ନିଜକୁ ଗୁଳିମାରି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଗତକାଲି (ଶୁକ୍ରବାର) ଦିନ ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ନିଜ ଘରର ବାଥରୁମରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିଲେ କରଣ ବାଙ୍କା । ଗୁରୁତର ଅବସ୍ଥାରେ ତାଙ୍କ ସମ୍ପର୍କୀୟ ତୁରନ୍ତ ତାଙ୍କୁ ନିକଟସ୍ଥ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ଗ୍ରେଟର କୈଳାଶ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ହସ୍ପିଟାଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ବେଳେ ବାଥରୁମରେ ପଡି ନୁହେଁ ବରଂ ମୁଣ୍ଡରେ ଗୁଳି ବାଜିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ ।
ତେବେ ପୋଲିସ ସୂଚନା ଅନୁଯାୟୀ, ବିଜେପି ଯୁବ ନେତା କରଣ ବାଙ୍କା ବାଥରୁମରେ ପଡିଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ଖବର ଦେଇଥିଲେ କରଣ ବାଙ୍କାଙ୍କ ସମ୍ପର୍କୀୟ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଥିଲା । ତେବେ ମୁଣ୍ଡରେ ଗୁଳିବାଜିଥିବା ଯୋଗୁଁ ତାଙ୍କୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ ।
ଏହାମଧ୍ୟ ପଢନ୍ତୁ..ରକ୍ଷକ ସାଜିଲା ଭକ୍ଷକ, ଝିଅକୁ ଦୁଷ୍କର୍ମ କରି ବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ
ତେବେ ଗୁଳି ମରାଯାଇଥିବା ବନ୍ଧୁକଟି କରଣ ବାଙ୍କାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ହୋଇଥିବା ଜଣାପଡିଛି । ବନ୍ଧୁକଟି ଲାଇନେନ୍ସ ପ୍ରାପ୍ତ ହୋଇଥିବା ବେଳେ କରଣଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ନାଁରେ ରହିଛି । କରଣଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସେଦିନ ଘରେ ନଥିବା ବେଳେ ତାଙ୍କ ବନ୍ଧୁକଟିକୁ କିନ୍ତୁ ଘରେ ଥିଲା । ତେବେ କରଣ ନିଜକୁ ଗୁଳି ମାରିଥିବା ଅନୁମାନ କରୁଛି ପୋଲିସ । ମୁଣ୍ଡରେ ଗୁଳି ବାଜିଥିବାର କ୍ଷତ ଚିହ୍ନ ମଧ୍ୟ ରହିଛି ।
ଅନ୍ୟପଟେ ହସ୍ପିଟାଲରେ କରଣଙ୍କ ମୃତଦେହ ରହିଥିବା ବେଳେ ରବିବାର ଦିନ ବ୍ୟବଚ୍ଛେଦ କରାଯିବ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କିଛି ଦିନ ହେବ ବିଜେପି ଯୁବ ନେତା ଜଣକ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜାଣିବାକୁ ପାଇଛି ପୋଲିସ । ଏହି କାରଣ ପାଇଁ ସେ ନିଜକୁ ମାରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା କାରଣ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ଅନ୍ୟପଟେ 25 ବର୍ଷୀୟ କରଣ ବାଙ୍କା ବିଜେପିର ଯୁବ ମୋର୍ଚ୍ଚାର ନେତା ଭାବେ ବେଶ ପରିଚିତ ଥିଲେ । ରାଜନେତା ସାଙ୍ଗକୁ ସେ ଜଣେ ସାମାଜିକ କର୍ମୀ ହୋଇଥିବା ସୂଚନା ରହିଛି । କେଉଁ କାରଣରୁ ସେ ଏତେବଡ ପଦକ୍ଷେପ ନେଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।