ଇମ୍ଫାଲ:ମଣିପୁରରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ହତ୍ୟାକାଣ୍ଡ । ଆଜି (ଶନିବାର) ସକାଳେ ଓ୍ବାଙ୍ଗଜିଙ୍ଗ ଓ୍ବାଙ୍ଗଖେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଶତ୍ରୁତାରୁ ଜଣେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାର ଶିକାର ହୋଇଥିବା ବିଜେପି କର୍ମକର୍ତ୍ତା ୨୫ ବର୍ଷୀୟ ଲେଇମାପୋକମପ ବୋଲି ସ୍ପଷ୍ଟ କରିଛି ପୋଲିସ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଲେଇମାପୋକମଙ୍କୁ ୩ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରାଥମିକ ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀ ଓ ତାଙ୍କର କିଛି ସହଯୋଗୀ ସକାଳେ କଂଗ୍ରେସର ଜଣେ କର୍ମକର୍ତ୍ତାଙ୍କ ଘରକୁ ଯାଇ କ୍ୟାମ୍ପେନିଂ ସମ୍ପର୍କିତ କିଛି ଅଭିଯୋଗ ମଧ୍ୟ କରିଥିଲ ।