ଓଡିଶା

odisha

ETV Bharat / bharat

ଶାହଙ୍କ ବଡ ଦାବି, ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ ମିଳିବ 26 ସିଟ୍‌ - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ମତଦାନରେ ଭାରତୀୟ ଜନତା ପାର୍ଟି 30ଟି ଆସନ ମଧ୍ୟରୁ 26ଟିରେ ବୃହତ ବିଜୟ ହାସଲ କରିବାକୁ ଯାଉଥିବା କହିଛନ୍ତି ଶାହ । ଅଧିକ ପଢନ୍ତୁ...

ଶାହଙ୍କ ବଡ ଦାବି, ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ ମିଳିବ 26 ସିଟ୍‌
ଶାହଙ୍କ ବଡ ଦାବି, ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ ମିଳିବ 26 ସିଟ୍‌

By

Published : Mar 28, 2021, 4:29 PM IST

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ମତଦାନରେ ଭାରତୀୟ ଜନତା ପାର୍ଟି 30ଟି ଆସନ ମଧ୍ୟରୁ 26ଟିରେ ବୃହତ ବିଜୟ ହାସଲ କରିବାକୁ ଯାଉଥିବା କହିଛନ୍ତି ଶାହ । କେବଳ ଏତିକି ନୁହେଁ, ଆସାମରେ ମଧ୍ୟ ପୁନର୍ବାର ବିଜେପି ସରକାର ଗଠନର ଦାବି କରିଛନ୍ତି ଗୃହମନ୍ତ୍ରୀ ।

ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ମତଦାନ ହୋଇଛି । ଏଥିପାଇଁ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହ । ଅଧିକ ସଂଖ୍ୟକ ମତଦାନ ବିଜେପି ପାଇଁ ଶୁଭ ସଙ୍କେତ । ତେବେ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ 30ରୁ 26 ଆସନ ମିଳିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଶାହ କହିଛନ୍ତି, ମୋର ବିଶ୍ବାସ ଅଛି ଯେ 200ରୁ ଅଧିକ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ। ଆସାମରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ 47ଟି ସିଟ ମଧ୍ୟରୁ 37ରୁ ଅଧିକ ଆସନ ବିଜେପି ଖାତାକୁ ଆସିବ । ଆସାମରେ ପୂର୍ବଥର ଅପେକ୍ଷା ଏଥର ଅଧିକ ଆସନ ସହିତ ବିଜେପି ସରକାର ଗଠନ କରିବ ବୋଲି ଶାହ ଜୋର ଦେଇ କହିଛନ୍ତି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 30ଟି ବିଧାନସଭା ଆସନ ପାଇଁ 84.13 ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ବାଙ୍କୁଡାରେ ପ୍ରାୟ 80.03 ପ୍ରତିଶତ ମତଦାନ ହୋଇଥିବାବେଳେ ଝାରଗ୍ରାମରେ 80.55 ପ୍ରତିଶତ, ପଶ୍ଚିମ ମେଦିନାପୁରରେ 80.16 ପ୍ରତିଶତ ଏବଂ ପୂର୍ବ ମେଦିନାପୁରରେ 82.42 ପ୍ରତିଶତ ମତଦାନ ହୋଇଛି ।

ABOUT THE AUTHOR

...view details