ନୂଆଦିଲ୍ଲୀ:ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। କୋରୋନା କଟକଣା ମଧ୍ୟରେ ନର୍ବାଚନ ପାଇଁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ତେବେ ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସ୍ବାଗତ କରିଛନ୍ତି । ଏହାସହ ବିଜେପି ସପକ୍ଷରେ ଜନାଦେଶ ଯିବ ବୋଲି କହିଛନ୍ତି ନଡ୍ଡା ।
ନଡ୍ଡାଙ୍କ ଦମ୍ଭୋକ୍ତି: ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ଜିତିବ BJP - ବିଧାନସଭା ନିର୍ବାଚନ ଖବର
ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ଘୋଷଣା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ
୨୦୨୨ରେ ଦେଶର ପାଞ୍ଚ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ଘୋଷଣା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଜନତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବିଜେପି ପ୍ରଚଣ୍ଡ ବହୁମତ ସହ ପୁଣି କ୍ଷମତାକୁ ଫେରିବ ବିକାଶ କାର୍ଯ୍ୟକୁ ଏକ ନୂଆ ଉଚ୍ଚତାକୁ ଆଗେଇ ନେବ। ଏହି ଅବସରରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନ କମିସନ ଦ୍ବାରା ଜାରି କରାଯାଇଥିବା କଟକଣା ପାଳନ କରିବା ପାଇଁ କହିଛନ୍ତି । ଏହା ସହ ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତ ଜନସାଧାରଣକୁ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।
ତେବେ ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ ବିଜେପି ଶାସନ କରୁଛି । କେବଳ ପଞ୍ଜାବରେ କଂଗ୍ରେସ ଶାସନ କରୁଛି । ତେଣୁ ଆଗକୁ ବଜେପି ନିଜର କ୍ଷମତା ବଜାର ରଖିବ ପାଇଁ ଜୋରଦାର ଚେଷ୍ଟା କରିବ। ମୋଟ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ। ଉତ୍ତରପ୍ରଦେଶରେ ୪୦୩, ପଞ୍ଜାବର ୧୧୭, ଉତ୍ତରାଖଣ୍ଡର ୭୦, ମଣିପୁରରେ ୬୦ ଓ ଗୋଆର ୪୦ ଆସନରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ।