ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟର ମାନଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଏସପି ସୁପ୍ରିମୋ ମାୟାବତୀ ବ୍ରାହ୍ମଣ ସମାଜକୁ ଆକୃଷ୍ଟ କରିବା ପାଇଁ ବଡ କାର୍ଡ ଖେଳିଛନ୍ତି ।
ଜୁଲାଇ ୨୩ ତାରିଖରେ ମାୟାବତୀ ଏକ ବଡ ଧରଣର ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛନ୍ତି । ସମ୍ମିଳନୀ ପୂର୍ବରୁ ମାୟାବତୀ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବ୍ରାହ୍ମଣ ସମାଜ ଦୁଃଖି ଅଛନ୍ତି । ବ୍ରାହ୍ମଣ ସମାଜର ଅଧିକାଂଶ ଲୋକ ବିଜେପିର ମିଛ ପ୍ରରୋଚନାରେ ଆକୃଷ୍ଟ ହୋଇ ତାଙ୍କୁ ଭୋଟ ଦେଇଥିଲେ । ସେ କହିଛନ୍ତି, ମୁଁ ୟୁପିର ଦଳିତ ଲୋକଙ୍କ ପାଇଁ ଗର୍ବିତ । ବିଜେପି ଏବଂ କଂଗ୍ରେସ ଦଳିତଙ୍କୁ ପଥହୁଡା କରିବା ପାଇଁ ବହୁ ପ୍ରୟାସ କରିଛନ୍ତି । ବିଜେପି ଦଳିତଙ୍କୁ ଖେଚୁଡି ଖୁଆଉଛି, ଲୋଭ ଦେଖାଉଛି ।