ଓଡିଶା

odisha

By ETV Bharat Odisha Team

Published : Dec 19, 2023, 10:59 AM IST

ETV Bharat / bharat

ରାମ ମନ୍ଦିର ଉତ୍ସବକୁ ଆସିବାକୁ ଆଡଭାନୀ, ଯୋଶୀଙ୍କୁ ବାରଣ; ଜାଣନ୍ତୁ କାହିଁକି

Ram Mandir Consecration Ceremony: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବାକୁ ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହର ଯୋଶୀଙ୍କୁ ଅନୁରୋଧ କଲା ମନ୍ଦିର ଟ୍ରଷ୍ଟ । ଅଧିକ ପଢନ୍ତୁ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଆଡଭାନୀ, ଯୋଶୀ
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଆଡଭାନୀ, ଯୋଶୀ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହର ଯୋଶୀ । ଜାନୁଆରୀ ୨୨ରେ ଆୟୋଜିତ ହେବାକୁ ଥିବା ପ୍ରଭୁ ରାମଲାଲଙ୍କ ଏହି ଭବ୍ୟ ଉତ୍ସବକୁ ନଆସିବାକୁ ବିଜେପିର ଦୁଇ ବର୍ଷିୟାନ ନେତା ଆଡଭାନୀ ଓ ଯୋଶୀଙ୍କୁ ନିବେଦନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ ଦୁଇ ବରିଷ୍ଠ ନେତାଙ୍କୁ ନିବେଦନ କରିଛି । ଉଭୟଙ୍କ ବୟସ ଓ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟି ରଖି ଟ୍ରଷ୍ଟ ପକ୍ଷରୁ ଏଭଳି ନିବେଦନ କରାଯାଇଛି ।

ସୋମବାର ରାମ ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି, ''ବର୍ତ୍ତମାନ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ଆସନ୍ତା ମାସରେ ମନୋହର ଯୋଶୀ ୯୦ ବର୍ଷରେ ପଦାର୍ପଣ କରିବେ । ଉଭୟଙ୍କ ବୟସାଧିକ ଏବଂ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନଆସିବାକୁ ନିବେଦନ କରାଯାଇଛି । ସେମାନେ ମଧ୍ୟ ଏହି ଅନୁରୋଧ ସ୍ବୀକାର କରିଥିବା ଜଣାପଡିିଛି । ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ପୁରା ଜୋରସୋରରେ ଚାଲିଛି । ପୁରୁଷୋତ୍ତର ରାମଚନ୍ଦ୍ରଙ୍କ ଭବ୍ୟ ଉତ୍ସବରେ ସାମିଲ୍ ହେବାକୁ ସାରା ଦେଶରୁ ୨ ହଜାରରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି । ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଉତ୍ସବରେ ସାମିଲ ହେବାକୁ ପହଞ୍ଚିବେ ।

ଏହା ମଧ୍ୟ ପଢନ୍ତୁ: ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ପୁରୀରେ ପହଞ୍ଚିଲା ଅକ୍ଷତ କଳସ

ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୧୫ ସୁଦ୍ଧା ସବୁ ପ୍ରସ୍ତୁତି ଶେଷ ହୋଇଯିବ । ଜାନୁଆରୀ ୧୬ରୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୬ ଦର୍ଶନର ଶଙ୍କରାଚାର୍ଯ୍ୟଙ୍କ ସମେତ ୧୫୦ ଜଣ ସାଧୁସନ୍ଥ ଯୋଗ ଦେବେ । ପ୍ରତିଷ୍ଠା ସମାରୋହକୁ ୨,୨୦୦ ଅତିଥି ଏବଂ ୪୦୦୦ ସାଧୁସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଥିବା ଚମ୍ପତି ରାୟ ଜଣାଇଛନ୍ତି । କାଶୀ ବିଶ୍ବନାଥ, ବୌଷ୍ଣୋ ଦେବୀ ଭଳି ଦେଶର ପ୍ରମୁଖ ମନ୍ଦିରର ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

ଧର୍ମଗୁରୁ ଦଲାଲ ଲାମା, କେରଳର ମାତା ଅମୃତାନନ୍ଦମୟୀ, ଯୋଗଗୁରୁ ବାବା ରାମଦେବ, ସିନେ ଅଭିନେତା ରଜନୀକାନ୍ତ, ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ, ଅରୁଣ ଗୋଭିଲ, ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ପ୍ରସିଦ୍ଧ ଚିତ୍ରଶିଳ୍ପୀ ବାସୁଦେବ କମାତ, ଇସ୍ରୋ ନିର୍ଦ୍ଦେଶକ ନିଲେଶ ଦେଶାଇଙ୍କ ଭଳି ଦେଶର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମର୍ଯ୍ୟାଦା ପୁରୁଷ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଜାନୁଆରୀ ୨୨ରେ ପ୍ରତିଷ୍ଠା ଉତ୍ସବ ପରେ ଜାନୁଆରୀ ୨୩ରୁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲାଯିବ ।

ABOUT THE AUTHOR

...view details