ଓଡିଶା

odisha

ପ୍ରକୃତ ପ୍ରସଙ୍ଗକୁ ଲୁଚାଇବା ପାଇଁ ସାମ୍ପ୍ରଦାୟିକ ରାଜନୀତି କରୁଛି BJP: ଶରଦ ପାଓ୍ବାର

By

Published : Jun 6, 2022, 3:58 PM IST

ଦେଶରେ ଦରଦାମ ବୃଦ୍ଧି ଓ ବେକାରୀ ରୋକିବାରେ ବିଫଳ ମୋଦି ସରକାର । ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ବିଜେପି କରୁଛି ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି, NCP ମୁଖ୍ୟ ଶରଦ ପାଓ୍ବର । ଅଧିକ ପଢନ୍ତୁ

BJP using communal politics to mask real issues: NCP Chief Sharad Pawar
ସାମ୍ପ୍ରଦାୟକ ରାଜନୀତିକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କ ବଡ ବୟାନ

ମୁମ୍ବାଇ:ଦେଶରେ ବର୍ତ୍ତମାନ ଦରଦାମ ଓ ବେକାରୀ ପରି ଗମ୍ଭୀର ସମସ୍ୟା ଚରମ ସୀମାରେ ପହଞ୍ଚିଛି । ଦେଶବାସୀ ଅତିଷ୍ଠ ହେବାକୁ ବସିଲେଣି । ତେଣୁ ମୂଳ ତଥା ପ୍ରକୃତ ପ୍ରସଙ୍ଗରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ସାମ୍ପ୍ରଦାୟିକ ରାଜନୀତିର କାର୍ଡ ଖେଳୁଛି ଭାରତୀୟ ଜନତା ପାର୍ଟି ସରକାର । ଆଜି ଏପରି ଭାବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବଧୀନ କେନ୍ଦ୍ରରେ ଶାସନରେ ଥିବା BJP ସରକାରଙ୍କୁ ଟାର୍ଗେଟ କରିଛନ୍ତି NCP ମୁଖ୍ୟ ଶରଦ ପାଓ୍ବର । ବରିଷ୍ଠ ରାଜନେତା ଶରଦ କହିଛନ୍ତି,"ବିଭିନ୍ନ ଧର୍ମ ମଧ୍ୟରେ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରି ଭାଇଚାରାକୁ ପ୍ରଭାବିତ କରିବା ପାଇଁ ବିଜେପି କାମରେ ଲାଗିଛି ।"

ଦେଶରେ ବର୍ତ୍ତମାନ ଲାଗି ରହିଥିବା ମନ୍ଦିର-ମସଜିଦ ବିବାଦକୁ ଏକ ପ୍ରପୋଗେଣ୍ଡା ଭାବେ ଉଦାହରଣ ଦେଇ ପାଓ୍ବର କହିଛନ୍ତି, "ଅଯୋଧ୍ୟା-ବାବ୍ରି ମସଜିଦ ବିବାଦର ରାୟ ଆସିବା ପରେ ଏବେ ପୁଣି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ ବିବାଦକୁ ସାମ୍ନାକୁ ଅଣାଯାଇଛି । ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାଚୀନ ଐତିହକୁ ନେଇ ଦେଶବାସୀଙ୍କ ସମେତ ବିଶ୍ବ ମଧ୍ୟ ଗର୍ବ କରିବାରେ ଲାଗିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏହିପରି ବିବାଦକୁ ଜନ୍ମ ଦିଆଯିବାରେ ଲାଗିଛି । ଦେଶର ପ୍ରକୃତ ସାମ୍ପ୍ରତିକ ସମସ୍ୟାକୁ ସମାଧାନ କରିବା ପାଇଁ ବିଜେପି ସରକାର ବିଫଳ ହେବା ପରେ ଦେଶବାସୀଙ୍କୁ ନଜରରୁ ଏହାକୁ ଲୁଚାଇବା ପାଇଁ ସାମ୍ପ୍ରଦାୟିକ ବିବାଦ ଓ ଚର୍ଚ୍ଚା ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଛି ।

ଦେଶରେ ଗତ କିଛି ବର୍ଷ ମଧ୍ୟରେ ଦରଦାମ ଲଗାମ ଛଡା ହୋଇଥିବା ବେଳେ ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ହୋଇଛନ୍ତି । ସେହିପରି ବେକାରୀ ମସସ୍ୟା ମଧ୍ୟ ଯୁବପିଢିଙ୍କୁ ଅତିଷ୍ଠ କରିବାରେ ଲାଗିଲାଣି । ସରକାର ସେ ଦିଗରେ କୌଣସି କାର୍ଯ୍ୟକ୍ରମ ହାତକୁ ନେଉନାହାନ୍ତି । ଦେଶରେ ବର୍ତ୍ତମାନ ବିଜେପିର ବିକଳ୍ପ ଭାବେ ଏକ ମିଳିତ ବିକାଶଶୀଳ ମଞ୍ଚର (United Progressive Front) ଆବଶ୍ୟକତା ଥିବା ମଧ୍ୟ ପାଓ୍ବର ମତ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ହେଉଥିବା ବଧାନସଭା ନିର୍ବାଚନରେ ତାଙ୍କ ଦଳ ଏନସିପି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସର୍ବଦା ଚେଷ୍ଟା କରିଆସିଛି । NCP ପଶ୍ଚିମବଙ୍ଗରେ ମମତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ମଧ୍ୟ ସାହାଯ୍ୟ କରିଥିବା ଶରଦ ପାଓ୍ବାର କହିଛନ୍ତି ।

ABOUT THE AUTHOR

...view details