ଓଡିଶା

odisha

ETV Bharat / bharat

ଆନ୍ନାଙ୍କ ଚିଠିକୁ କାଉଣ୍ଟର କଲେ କେଜ୍ରିଓ୍ୱାଲ, କହିଲେ ସବୁ ବିଜେପିର ଷଡଯନ୍ତ୍ର - BJP using Anna Hazare to target me

ଆନ୍ନାଙ୍କ ଚିଠି ପ୍ରସଙ୍ଗରେ ବିଜେପିର ଭୂମିକା ଥିବା କେଜ୍ରିଓ୍ବାଲଙ୍କ ଅଭିଯୋଗ (Kejriwal claims on Anna Hazare letter )। ଆନ୍ନାଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ତାଙ୍କୁ ଟାର୍ଗେଟ କରୁଛି ବୋଲି କହିଲେ । ଦିଲ୍ଲୀ ଅବକାରୀ ଦୁର୍ନୀତିର ତଦନ୍ତକୁ ମଧ୍ୟ ରାଜନୈତିକ ବୋଲି କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ମତେ ଟାର୍ଗେଟ କରିବା ପାଇଁ ଆନ୍ନାଙ୍କୁ ବ୍ୟବହାର କରୁଛି BJP: କେଜ୍ରିଓ୍ବାଲ
ମତେ ଟାର୍ଗେଟ କରିବା ପାଇଁ ଆନ୍ନାଙ୍କୁ ବ୍ୟବହାର କରୁଛି BJP: କେଜ୍ରିଓ୍ବାଲ

By

Published : Aug 30, 2022, 7:48 PM IST

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆନ୍ନା ହାଜାରେଙ୍କ ଉଦବେଗପୂର୍ଣ୍ଣ ଚିଠି ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କୁ ଟାର୍ଗେଟ କରିବା ପାଇଁ ଆନ୍ନା ହାଜାରେଙ୍କୁ ଭାରତୀୟ ଜନତା ପାର୍ଟି ବ୍ୟବହାର କରୁଥିବା କେଜ୍ରିଓ୍ବାଲ ପାଲଟା ଅଭିଯୋଗ ଆଣିଛନ୍ତି (BJP using Anna Hazare says kejirwal)। ଆଜି ଆନ୍ନା ଚିଠି ଲେଖି କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଥିଲେ । ଏକାଦା ଆନ୍ନାଙ୍କ ଘନିଷ୍ଠ ସହଯୋଗୀ ଥିବା କେଜ୍ରିଓ୍ବାଲ ରାଜନୀତିକୁ ଆସିବା ପରେ ନିଜ ମୂଳ ଆଦର୍ଶବାଦକୁ ଭୁଲି କ୍ଷମତାରେ ନିଶାଶକ୍ତ ହୋଇ ସାରିଛନ୍ତି ବୋଲି ଆନ୍ନା ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।

ତେବେ ଆନ୍ନାଙ୍କ ଚିଠି ପ୍ରସଙ୍ଗ (Anna Hazare letter to Kejriwal) ରେ କେଜ୍ରିଓ୍ବାଲଙ୍କ ଅଡୁଆ ବଢିଥିବା ବେଳେ କେଜ୍ରିଓ୍ବାଲ ତାକୁ ରାଜନୈତିକ ଢଙ୍ଗରେ ଉପସ୍ଥାପିତ କରିଛନ୍ତି । ଆନ୍ନାଙ୍କ ଏପରି ସମାଲୋଚନାରେ ବିଜେପିର ଭୂମିକାକୁ ମଧ୍ୟ ସିଧାସଳଖ ଦାୟୀ କରିଛନ୍ତି । ଦୀର୍ଘଦିନ ହେବ ଆପ ଓ ବିଜେପି ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଆନ୍ନାଙ୍କୁ ବିଜେପି ବ୍ୟବହାର କରି ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-କେଜ୍ରିଓ୍ୱାଲଙ୍କୁ ଆନ୍ନାଙ୍କ ଚିଠି, କହିଲେ କ୍ଷମତା ନିଶାରେ ବୁଡି ଭୁଲି ଯାଇଛ ଆଦର୍ଶବାଦ

କେଜ୍ରିଓ୍ବାଲ କହିଛନ୍ତି, ‘‘ବିଜେପି କହୁଛି ଦିଲ୍ଲୀରେ ଅବକାରୀ ଦୁର୍ନୀତି ହୋଇଛି, କିନ୍ତୁ ତଦନ୍ତକାରୀ ସଂସ୍ଥା CBI ଦୁର୍ନୀତିର କଥା ଉଲ୍ଲେଖ କରିନାହିଁ । ଲୋକେ ସେମାନଙ୍କୁ ବିଶ୍ବାସ କରୁନାହାନ୍ତି । ତେଣୁ ସେମାନେ ଆନ୍ନା ହାଜାରେଜୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବା ପାଇଁ ପ୍ରାୟସ କରୁଛନ୍ତି । ଏହା ରାଜନୀତିରେ ଏକ ସାଧାରଣ ଘଟଣା । ଆମେ ଯେତେବେଳେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆସିଲୁ, ଆମେ କୌଣସି ଅଭିଯୋଗର ତଦନ୍ତ ପାଇଁ ସବୁବେଳେ ପ୍ରସ୍ତୁତ ରହିଛୁ ।’’

ଆହରି ମଧ୍ୟ ସେ କହିଛନ୍ତି, ‘‘ସିବିଆଇ ତାର ତଦନ୍ତ ସାରି ସାରିଛି । ମନୀଷ ସିସୋଦିଆଙ୍କୁ 14 ଘଣ୍ଟା ଧରି ପ୍ରଶ୍ନ କରିଥିଲା ତଦନ୍ତକାରୀ ସଂସ୍ଥା । ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ସ୍ବରୂପ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଙ୍କ ବାସଭବନରୁ ଟଙ୍କା କିମ୍ବା ଅନ୍ୟ କିଛି ମଧ୍ୟ ମିଳିନଥିଲା । କିନ୍ତୁ ବିଜେପି କହୁଛୁ ଦୁର୍ନୀତି ହୋଇଛି ।’’ ବିଜେପି କରିଥିବା ଷଡଯନ୍ତ୍ର ବିରୋଧରେ ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଥିବା କେଜ୍ରିଓ୍ବାଲ କହିଛନ୍ତି । ବିଜେପି ତାଙ୍କ ସରକାର ଭାଙ୍ଗିବା ପାଇଁ ଆପର ବିଧାୟକଙ୍କୁ 20 କୋଟି ଟଙ୍କାର ପ୍ରଲୋଭନ ଦେଖାଇଥବା ଘଟଣାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ସାଙ୍ଗକୁ ରାଜନୈତିକ ବୟାନବାଜୀ ମଧ୍ୟରେ ଆନ୍ନା ହାଜାରେ କେଜ୍ରିଓ୍ବାଲଙ୍କୁ ଲେଖିଥିବା ଚିଠି ସାମ୍ନାକୁ ଆସିଥିଲା । ଉଦବେଗ ପ୍ରକାଶ କରି ଆନ୍ନା ଲେଖିଥିଲେ, କେଜ୍ରିଓ୍ବାଲ କ୍ଷମତାରେ ନିଶାରେ ସମ୍ପୂର୍ଣ୍ଣ ବୁଡି ସାରିଛନ୍ତି । ଯେଉଁ ଆନ୍ଦୋଳନ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ହେବାରେ ଗୁରୁ ଭୂମିକା ତୁଲାଇଥିଲା, ତାହାର ମୂଳ ଆଦର୍ଶବାଦକୁ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଭୁଲି ସାରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ସରକାରର ଭୂମିକା ଆସିବା ନିରାଶଜନକ ବୋଲି ଆନ୍ନା ଚିଠିରେ ଦର୍ଶାଇଥିଲେ ।

ଆନ୍ନା ହାଜାରେ ଚିଠିରେ ଲେଖିଥିଲେ, ‘‘ତୁମେ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମ ଥର ପାଇଁ ତୁମକୁ ଏହି ଚିଠି ଲେଖୁଛି । ଦିଲ୍ଲୀରେ ଅବକାରୀ ଦୁର୍ନୀତି ସମ୍ପର୍କରେ ଦିଲ୍ଲୀ ସରକାରର ଭୂମିକା ଅତ୍ୟନ୍ତ ନିରାଶଜନକ । ମୁଁ ଗାନ୍ଧିଜୀ ଏବଂ ତାଙ୍କ ଆଦର୍ଶ ‘ଗାନ୍ଧୀବାଦ’ ଦ୍ୱାରା ଅନୁପ୍ରାଣିତ । ଏହି ଆଦର୍ଶବାଦକୁ ଆଧାର କରି ମୋର ଅଛି ମୁଁ ମୋ ଜୀବନକୁ ଲୋକ, ସମାଜ ଏବଂ ଦେଶ ପାଇଁ ଉତ୍ସର୍ଗ କରିଛି । ଗତ 47 ବର୍ଷ ଧରି ମୁଁ ସମାଜର ଉନ୍ନତି ତଥା ଭ୍ରଷ୍ଟାଚାର ବିରୋଧ ଦିଗରେ କାର୍ଯ୍ୟ ଜାରି ରଖିଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details