ଓଡିଶା

odisha

ETV Bharat / bharat

20 ରୁ 30 TRS ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି BJP: କେସିଆର

ବିଜେପି ବିରୋଧରେ ବର୍ଷିଲେ କେ.ସି.ଆର । କହିଲେ 20 ରୁ 30 ବିଧାୟକଙ୍କୁ କିଣି ସରକାର ଭାଙ୍ଗିବା ପାଇଁ ବିଜେପି କରୁଛି ଷଡଯନ୍ତ୍ର (Telangana CM KCR target to BJP ) । ଅଧିକ ପଢନ୍ତୁ

By

Published : Oct 30, 2022, 8:54 PM IST

Updated : Oct 30, 2022, 11:00 PM IST

20 ରୁ 30 TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି: କେସିଆର
20 ରୁ 30 TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି: କେସିଆର

ହାଇଦ୍ରାବାଦ:ତେଲେଙ୍ଗାନାରେ 20 ରୁ 30 ଶାସକ ଦଳର ବିଧାୟକଙ୍କୁ କିଣିବା ସହ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ଭାରତୀୟ ଜନତା ପାର୍ଟି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (Telangana CM KCR target to BJP )। ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ମୁନୁଗୁଡେରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ବିଜେପି ଉପରେ ବର୍ଷିବା ସହ ଘୋଡା ବେପାରର ଅଭିଯୋଗ ଆଣିଛନ୍ତି କେସିଆର ।

ରାଲିକୁ ସମ୍ବୋଧିତ କରି କେ.ସି.ଆର (BJP trying to buy TRS MLAs) କହିଥିଲେ, ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଦିଲ୍ଲୀରୁ ଦଲାଲଙ୍କୁ ପଠାଯାଉଛି । ଏଥିପାଇଁ ପ୍ରବଳ ଖର୍ଚ୍ଚ ମଧ୍ୟ କରାଯାଉଛି । ଜଣେ ଲେଖାଏଁ ବିଧାୟକଙ୍କୁ ଟିଆରଏସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ 100 କୋଟି ଲେଖାଏଁ ଟଙ୍କା ମଧ୍ୟ ପ୍ରଲୋଭନ ଦିଆଯାଉଛି (TRS chief KCR taget BJP) । କିନ୍ତୁ ତାଙ୍କ ଦଳର ବିଧାୟକମାନେ ପ୍ରକୃତ ମାଟିର ସନ୍ତାନ । ସେମାନେ ଟଙ୍କା ଦେଖି ପ୍ରଲୋଭିତ ହେବେ ନାହିଁ ବୋଲି ମଧ୍ୟ କେସିଆର ଦମ୍ଭୋକ୍ତି ଦେଖାଇଥିଲେ ।

ତେବେ ରାଜ୍ୟରେ ଶାସକ ଦଳର 4 ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ଦଲାଲ ଧରା ପଡିବା ଘଟଣା ଏବେ ଚର୍ଚ୍ଚା ଓ ବିବାଦରେ ରହିଛି । ଏହି ମାମଲା ଏବେ ହାଇକୋର୍ଟରେ ମଧ୍ୟ ପହଞ୍ଚିଛି । ଏପରି ସମୟରେ କେ.ସି.ଆର ତାଙ୍କ ଦଳର ପ୍ରାୟ 20 ରୁ 30 ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି । ଏକକାଳୀନ ଏତେ ସଂଖ୍ୟକ ବିଧାୟକଙ୍କୁ ଅର୍ଥ ଦେଇ ପ୍ରଲୋଭିତ କରି ରାଜ୍ୟରେ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ମସୁଧା ରଖିଛି ବୋଲି କେସିଆର କହିଛନ୍ତି ।

ପୂର୍ବରୁ ମଧ୍ୟ ବିଜେପି ବିରୋଧରେ ସିଧା ବିଦ୍ରୋହ ଘୋଷଣା କରି ସାରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ । ସେ ଜାତୀୟ ରାଜନୀତିରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ନିଜ ଦଳକୁ ଜାତୀୟ ଦଳର ପରିଣତ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛନ୍ତି । ତାଙ୍କ ନେତୃତ୍ବାଧୀନ ଟିଆରଏସ ଏବେ ଭାରତ ରାଷ୍ଚ୍ର ସମିତି (BRS) ନାମରେ ଏକ ଜାତୀୟ ଦଳ ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି । ଏଥିପାଇଁ ଦଳର ସାଧାରଣ ପରିଷଦରେ ଏକ ସଂକଳ୍ପ ପାରିତ ହୋଇ ସାରିଥିବା ବେଳେ ଏହାର ଅନୁମୋଦନ ଭାରତୀୟ ନିର୍ବାଚନ କମିଶନ ନିକଟରେ ରହିଛି ।

ଗୋଟିଏ ପଟେ 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଆଞ୍ଚଳିକ ଦଳମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି କେ.ସି.ଆର । ଅନ୍ୟପଟେ ବିଜେପି ବିରୋଧରେ ତାଙ୍କ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରୁଥିବା ସେ ଦାବି କରିଛନ୍ତି । ଏନେଇ ବିଜେପି ପକ୍ଷରୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2022, 11:00 PM IST

ABOUT THE AUTHOR

...view details