ଓଡିଶା

odisha

ETV Bharat / bharat

ଆଜିଠୁ ବିଜେପିର ଏକ କୋଟି ସେଲଫି ପ୍ରଚାର କାର୍ଯ୍ୟକ୍ରମ

ଆଜିଠୁ ବିଜେପିର ଏକ କୋଟି ସେଲଫି ପ୍ରଚାର କାର୍ଯ୍ୟକ୍ରମ । ୨୦୨୪ ଲୋକସଭା ନିର୍ବାଚନରେ ଲୋକମତ ହାସଲ କରିବା ପାଇଁ ପ୍ରୟାସ କରୁଥିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

One crore selfies campaign
One crore selfies campaign

By

Published : Feb 27, 2023, 8:08 AM IST

ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ ଥିବା ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ସେମାନଙ୍କର ରଣନୀତି ଆପଣେଇଲେଣି । କଂଗ୍ରେସ ପୁଣି ଥରେ ଭାରତଯୋଡ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଥିବା ବେଳେ ବିଜେପି ମଧ୍ୟ ଏକ ଅଭିନବ ପଦକ୍ଷେପ ଆପଣାଇଛି । ଆଜିଠାରୁ ବିଜେପିର ଏକ କୋଟି ସେଲଫି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହେବ । ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବା ସହ ଏକ କୋଟି ଲୋକଙ୍କ ସେଲଫି ଗ୍ରହଣ କରାଯିବ ।

ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, "କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନହିତକାରୀ ଯୋଜନାରେ ଉପକୃତ ହେଉଥିବା ଏକ କୋଟି ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଉଜ୍ବଳା ଏବଂ ଆୟୁଷ୍ମାନ ଯୋଜନାର ମହିଳା ହିତାଧିକାରୀଙ୍କୁ ଯୋଡାଯିବ ।"

ଏକ କୋଟି ଲୋକଙ୍କ ସେଲଫି ଗ୍ରହଣ କରିବାକୁ ଲକ୍ଷ୍ୟ: ଏହି କାର୍ଯ୍ୟକ୍ରମ ଦେଶର ପ୍ରତ୍ୟକ ଜିଲ୍ଲାରେ ଆରମ୍ଭ କରାଯିବ । ଦଳୀୟ ସୁତ୍ର ଅନୁସାରେ, ସେଲଫି ଅଭିଯାନ ଜରିଆରେ ଦଳ ସିଧାସଳଖ ଭାବେ ହିତାଧିକାରୀଙ୍କ ସହ ଯୋଡି ହେବ । ପୂରା ଅଭିଯାନକୁ ଏକ ଆପ ଦ୍ବାରା ଯୋଡାଯିବ । ଦଳର ମହିଳା କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ଜିଲ୍ଲାର ହିତାଧିକାରୀଙ୍କୁ ସେଲଫି ନେବା ସହ ତଥ୍ୟ ଅପଲୋଡ କରିବା ପାଇଁ ଅବଗତ କରାଇବେ ।

କାର୍ଯ୍ୟକ୍ରମ ପାଇଁ ତାଲିମ ଦିଆଯିବ: ସେଲଫି ଓ୍ବିଥ ବେନିଫିସିଆରୀ ଅଭିଯାନକୁ ବିଜେପିର ମହିଳା ଶାଖା ପରିଚାଳନା କରିବ । ଏଥିପାଇଁ ଭର୍ଚୁଆଲରେ ତାଲିମ ମଧ୍ୟ ଦିଆଯାଉଛି । ସେଲଫି ଉଠାଇବା ପରେ କିପରି ଅପଲୋଡ କରିବେ ସେ ନେଇ ଆଗକୁ ମଧ୍ୟ ତାଲିମ ଦିଆଯିବ ବୋଲି କୁହାଯାଇଛି ।

ଦେଶର ଅଧା ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ: 2024 ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି । ନିର୍ବାଚନରେ ଜିତିବାକୁ ହେଲେ ମହିଳା ଭୋଟରଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ ବୋଲି ବିଶ୍ବାସ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ବିଜେପି ଏହି କାର୍ଯ୍ୟକ୍ରମ ଦ୍ବାରା ଅଧା ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି । ତେବେ ଏନେଇ ବିଜେପିର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥୀ ଶ୍ରୀନିବାସନ କହିଛନ୍ତି, "ମହିଳାଙ୍କୁ ଦଳ ସହ ଯୋଡିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ପାର୍ଟିର ମହିଳା ଶାଖା ମାର୍ଚ୍ଚ ମାସରେ ସ୍ବର୍ଗତ ବିଜେପି ନେତ୍ରୀ ସୁଷମା ସ୍ବରାଜଙ୍କ ନାମରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏଥରେ ବଭିନ୍ନ କ୍ଷେତ୍ରରେ ଅବଦାନ ରହିଥିବା ୧୦ଜଣ ମହିଳାଙ୍କୁ ସମ୍ମାନିତ କରାଯିବ ।"

ସରକାରୀ ଯୋଜନା ବିଷୟରେ ଅବଗତ କରାଯିବ: ଦଳ ପକ୍ଷରୁ କୁହାଯାଇଛି, ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଉଜ୍ବଳା ଏବଂ ଆୟୁଷ୍ମାନ ଯୋଜନା ଚର୍ଚ୍ଚାରେ ରହିଛି । ତେଣୁ ମହିଳାମାନେ ଆହୁରି କେମିତି ଲାଭ ଉଠାଇପାରିବେ ସେ ନେଇ ମହିଳା ଶାଖା ପକ୍ଷରୁ ତାଲିମ ଦିଆଯିବ । ମହିଳାମାନେ ବର୍ତ୍ତମାନ ସୁଦ୍ଧା କଣ ସୁବିଧା ପାଇଛନ୍ତି, ସେନେଇ ଏକ ସେଲଫି ନେଇ ଅପଲୋଡ କରିବା ପାଇଁ ଅନୁରୋଧ କରାଯିବ ବୋଲି ବିଜେପିର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥୀ ଶ୍ରୀନିବାସନ କହିଛନ୍ତି ।

କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମହରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବେ । ପ୍ରତି ରାଜ୍ୟର ଜିଲ୍ଲା ଗୁଡିକରେ ସାଂସଦ ଏବଂ ମନ୍ତ୍ରୀମାନଙ୍କୁ ଏହାର ଶୁଭାରମ୍ଭ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଆଜି ଅପରାହ୍ନ ୪ ଟାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ନେଇ ସୂଚନା ରହିଛି । କୁହାଯାଉଛି ଯେ, କେବଳ ଜନ ଧନ ଯୋଜନା ଦ୍ୱାରା 25 କୋଟିରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ବିନା ମୂଲ୍ୟରେ ବ୍ୟାଙ୍କରେ ଖାତା ଖୋଲାଯାଇପାରୁଛି ।

ABOUT THE AUTHOR

...view details