ଓଡିଶା

odisha

ETV Bharat / bharat

କାଲି ବିହାରରେ ବିରୋଧୀ ଦଳ ନେତା ବାଛିବ BJP

ଆସନ୍ତାକାଲି ବିହାର ବିଧାନସଭାରେ BJP ବାଛିବ ବିରୋଧୀ ଦଳ ନେତା । ବିଧାନସଭା ପାଇଁ ବିଜୟ କୁମାର ସିହ୍ନା ଓ ବିଧାନ ପରିଷଦ ପାଇଁ ନାଭାଲ କିଶୋର ଯାଦବଙ୍କ ନାମ ଆଗରେ । ନୀତିଶଙ୍କ ମାଷ୍ଟରଗେମ ପରେ ବିରୋଧୀ ଦଳକୁ ଆସିଥିଲା ସରକାରରେ ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

ଆସନ୍ତାକାଲି ବିହାରରେ ବିରୋଧୀ ଦଳ ନେତା ବାଛିବ BJP
ଆସନ୍ତାକାଲି ବିହାରରେ ବିରୋଧୀ ଦଳ ନେତା ବାଛିବ BJP

By

Published : Aug 22, 2022, 9:21 PM IST

ପାଟନା:ବିହାର ରାଜନୈତିକ ହାଇଡ୍ରାମାରେ ସରକାରର ସହଯୋଗୀ ଦଳରୁ ବିରୋଧୀ ଦଳ ଭୂମିକାକୁ ଆସିଥିବା ଭାରତୀୟ ଜନତା ପାର୍ଟି (BJP) ଆସନ୍ତାକାଲି (ମଙ୍ଗଳବାର) ବରୋଧୀ ଦଳ ନେତା ବାଛିବାକୁ ଯାଉଛି (BJP to elect leader of opposition in Bihar) । ରାଜ୍ୟ ବିଧାନସଭା ଓ ବିଧାନ ପରିଷଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଆଉ ମାତ୍ର 2ଦିନ ବାକି ଥିବା ବେଳେ ଆସନ୍ତାକାଲି ଦଳ ଉଭୟ ଗୃହ ପାଇଁ ନିଜର ବିରୋଧୀ ଦଳ ନେତା ଘୋଷଣା କରିବ ।

ଆସନ୍ତାକାଲି (August 23) ରେ ବିହାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକ ପରେ ବିରୋଧୀ ଦଳର ନେତାଙ୍କ ନାମ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ତେବେ ଆନୁଷ୍ଠାନିକ ଭାବେ ଦଳ କିଛି କହି ନଥିବା ବେଳେ ଚର୍ଚ୍ଚା ଅନୁସାରେ, ବିଜୟ କୁମାର ସିହ୍ନାଙ୍କୁ ବିଧାନସଭାରେ (Bihar Assembly) ଓ ନାଭାଲ କିଶୋର ଯାଦବଙ୍କୁ ବିଧାନ ପରିଷଦରେ ବିରଧୀ ଦଳ ନେତା ଭାବେ ଚୟନ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ବ ସହମତ ଥିବା ଜଣାପଡିଛି ।

ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ କୁମାର ବର୍ତ୍ତମାନ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବରେ ରହିଛନ୍ତି । ତେବେ ବିଜେପି ସମର୍ଥିତ ସରକାର ଭାଙ୍ଗିବା ପରେ ତାଙ୍କୁ ଏହି ପଦବୀରୁ ମଧ୍ୟ ହଟିବାକୁ ପଡିବ । ତେଣୁ ତାଙ୍କୁ ଦଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଦେବା ନେଇ ସୂଚନା ମିଳିଛି । ନାଟକୀୟ ଢଙ୍ଗରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟରୁ ଓହରି ଯାଇ ସରକାର ଭାଙ୍ଗିଥିଲେ JDU ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପରେ ମାତ୍ର 24 ଘଣ୍ଟା ମଧ୍ୟରେ ସେ ମହାମେଣ୍ଟ ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ବଜେପି କିନ୍ତୁ ବିରୋଧୀ ଦଳର ଭୂମିକାକୁ ଆସିବାକୁ ବାଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details