ଓଡିଶା

odisha

By

Published : Dec 26, 2020, 7:31 PM IST

ETV Bharat / bharat

ବିଜେପିରେ ଯୋଗ ଦେଇଥିବା ଟିଏମସି ସାଂସଦଙ୍କୁ ଘେରିଲେ ଟିଏମସି କର୍ମୀ

ବିଜେପିରେ ଯୋଗ ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ନେତା ସୁନିଲ ମଣ୍ଡଳଙ୍କୁ ଘେରିଲେ ତୃଣମୂଳ କଂଗ୍ରେସ କର୍ମୀ । ପୋଲିସ ପହଞ୍ଚି ସ୍ଥିତିକୁ କଲା ଆୟତ । ପଢନ୍ତୁ ଅଧିକ....

ବିଜେପିରେ ଯୋଗ ଦେଇଥିବା ସାଂସଦଙ୍କୁ ଘେରିଲେ ଟିଏମସି କର୍ମୀ
ବିଜେପିରେ ଯୋଗ ଦେଇଥିବା ସାଂସଦଙ୍କୁ ଘେରିଲେ ଟିଏମସି କର୍ମୀ

କୋଲକାତା: ନିକଟ ଅତୀତରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ସାଂସଦ ସୁନୀଲ ମଣ୍ଡଳଙ୍କୁ ଘେରିଲେ ତୃଣମୂଳ କଂଗ୍ରେସ କର୍ମୀ । ଏପରି ଘଟଣା ଦେଖିବାକୁ ମିଳିଛି କୋଲକାତାରେ । ଶନିବାର ସକାଳେ ସୁନୀଲ ବିଜେପି କାର୍ଯ୍ୟାଳୟ ଯିବା ବାଟରେ ପୂର୍ବରୁ ପ୍ରସ୍ତୁତ ଥିବା ତୃଣମୂଳ କଂଗ୍ରେସର କର୍ମୀମାନେ ତାଙ୍କ ଗାଡିକୁ ଘେରିଯିବା ସହ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା ।

କେବଳ ଏତିକି ନୁହେଁ, ସାଂସଦ ସୁନୀଲଙ୍କ ଗାଡିକୁ ମଧ୍ୟ ପଥରରେ ଆକ୍ରମଣ କରିବା ସହ କାଚ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା, ଏ ନେଇ ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅର୍ଜୁନ ସିଂ । ଏହା ଏକ ଯୋଜନାବଦ୍ଧ ବିରୋଧ ବୋଲି କହିଛନ୍ତି ଅର୍ଜୁନ । ସେହିପରି ଏହା ଟିଏମସିର ପ୍ରକୃତ ଛବିକୁ ଦର୍ଶାଉଛି ଓ ସେମାନେ କେବେ ଗଣତନ୍ତ୍ରରେ ବିଶ୍ବାସ କରନ୍ତି ନାହିଁ ବୋଲି କହିଛନ୍ତି ସାଂସଦ ସୁନୀଲ । ଜଣେ ଜନପ୍ରିତିନିଧିଙ୍କ ପ୍ରତି ଏପରି ବ୍ୟବହାର କେତେ ଯୁକ୍ତିଯୁକ୍ତ, ତାହା ସେ ପ୍ରଶ୍ନ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟିଏମସି କର୍ମୀଙ୍କୁ ରାସ୍ତାରୁ ହଟାଇବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ।

ସୁନୀଲ ମଣ୍ଡଳ ପୂର୍ବ ବର୍ଦ୍ଧମାନ ସଂସଦୀୟ କ୍ଷେତ୍ରରୁ ତୃଣମୂଳ କଂଗ୍ରେସ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଗତ 19 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ସୁନୀଲ । ସେବେଠାରୁ ତାଙ୍କୁ ବିରୋଧ କରିଆସୁଛି ଟିଏମସି । ଏପରି ଘଟଣାକୁ ବିଜେପି ନିନ୍ଦା କରିଥିବାବେଳେ ଏହା ଜନ ଆକ୍ରୋଶର ପ୍ରତିଫଳନ ବୋଲି କହିଛି ଟିଏମସି ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details