ପାଟନା: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପିକୁ ଟକ୍କର ଦେବାକୁ ପାଇଁ ନୀତିଶ କୁମାରଙ୍କ ନେତୃତ୍ବରେ ଆଜି ପାଟନାରେ ମେଳି କରିଛନ୍ତି ବିରୋଧି । ୨୦୨୪ ନିର୍ବାଚରେ ଏକତ୍ର ଲଢେଇ କରିବାକୁ ମହାବୈଠକ ବସିଛି । ବିରୋଧି ଦଳ ନେତାଙ୍କ ଏହି ବୈଠକକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ପାଟନାଠାରେ ଆୟୋଜିତ ନୀତିଶ କୁମାରଙ୍କ ଏହି ବରଯାତ୍ରୀରେ ବର କିଏ ? ବିରୋଧି ଦଳ ନେତାମାନେ କିଏ ବର ତାହା ସ୍ପଷ୍ଟ କରିବା ଉଚିତ୍ ବୋଲି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ।
ବିଜେପି ସାଂସଦ କହିଛନ୍ତି ଯେ, ୨୦୨୪ ପାଇଁ ନୀତିଶ କୁମାର ପାଟନାଠାରେ ଏକ ବରଯାତ୍ରୀର ଆୟୋଜନ କରିଛନ୍ତି । ହେଲେ ଏହି ବରଯାତ୍ରୀର ବର କିଏ ? ଏହା ହେଉଛି ସମସ୍ୟା । କାରଣ ସବୁ ବିରୋଧି ନେତାମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର । ନୀତିଶ କୁମାର ଓ କେଜ୍ରିୱାଲ ମିଶିକି ନିଜର ଏଜେଣ୍ଡା ଚଳାଉଛନ୍ତି । ଏଥିରେ ରାହୁଲ ଗାନ୍ଧୀ, ଶରଦ ପାୱର ଓ ମମତା ବାନାର୍ଜୀ ମଧ୍ୟ ସାମିଲ ଅଛନ୍ତି । ଦୁଇଟି କାରଣ ପାଇଁ ବିରୋଧିଙ୍କ ଏହି ସମାବେଶ ହୋଇଛି । ପ୍ରଥମ, ନରେନ୍ଦ୍ର ମୋଦିଙ୍କ ବିରୋଧ କରିବା ଏବଂ ଦ୍ବିତୀୟରେ ନିଜ ଆସନକୁ ଆଗକୁ ବଢାଇବା । କିନ୍ତୁ ଭାରତ ଏବେ ସ୍ଥାୟୀ ସରକାର ଚାହୁଁଛି । ପୂର୍ଣ୍ଣ ବହୁମତ ସରକାର ଆସିଲେ ଦେଶର ସମ୍ମାନର କେତେ ବଢିଯାଏ ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଯାତ୍ରା ଦର୍ଶାଉଛି ବୋଲି ସେ କହିଛନ୍ତି ।