ଓଡିଶା

odisha

ETV Bharat / bharat

Gujarat Polls: ୧୨ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି - ଗୁଜୁରାଟ ବିଧାନସଭା ନିର୍ବାଚନ

ଗୁଜୁରାଟରେ ୧୨ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲା ବିଜେପି । ରବିବାର ୭ଜଣଙ୍କୁ ନିଲମ୍ବିତ କରିବା ପରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

Gujarat polls
Gujarat polls

By

Published : Nov 23, 2022, 11:31 AM IST

ଗାନ୍ଧୀନଗର: ପାଖଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି । ଗୁଜୁରାଟରେ ପୁଣି ୧୨ ଜଣ ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି (BJP Suspends 12 More Rebels for contesting as Independent Candidates)। ଗତ ନଭେମ୍ବର ୨୦ ତାରିଖ ଦିନ ୭ଜଣ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କରିଥିଲା । ଟିକେଟ୍‌ କନ୍ଦଳ ପାଇଁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ରବିବାର ୭ଜଣଙ୍କୁ ନିଲମ୍ବିତ କରିବା ପରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Gujarat poll: ପ୍ରଧାନମନ୍ତ୍ରୀ ମୋଦିଙ୍କ ଧୁଆଁଧାର ପ୍ରଚାର, ନୂଆ ରେକର୍ଡ କରିବ କି ବିଜେପି !

ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି, ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା କାରଣରୁ ଏହି ବିଧାୟକମାନଙ୍କୁ ୬ ବର୍ଷ ନିମନ୍ତେ ନିଲମ୍ବନ କରାଯାଇଛି।" ନିଲମ୍ବିତ ନେତାମାନେ ହେଲେ ଭାଇ ଦିନୁ ପଟେଲ, ମଧୁଭାଇ ଶ୍ରୀବାସ୍ତବ, କୁଳଦୀପ ସିଂହ ରାହୁଲ, ଉଦୟ ସିଂହ ରାହୁଲ, ବି ପାଗି, ଏମଏମ ଖାଣ୍ଟ, ଜେପି ପଟେଲ୍, ରମେଶ ଝାଲା, ଅମରିଶ ଝାଲା, ଓବଲସିଂହ ଝାଲା, ରାମସିଂହ ଶଙ୍କର, ଜୀ ଠାକୁର, ମାଓ୍ବଜୀ ଦେଶାୟୀ ଓ ଲେବଜୀ ଠାକୁର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Archana Nag case: EDରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଅକ୍ଷୟଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

ସୂଚନାଯୋଗ୍ୟ ଯେ, ଗୁଜୁରାଟ ନିର୍ବାଚନରେ ସପ୍ତମ ଥର ପାଇଁ କ୍ଷମତା ହାସଲ କରିବାକୁ ଚାହୁଁଥିବା ବିଜେପି ଚଳିତ ଥର ୪୨ଜଣ ବିଧାୟକଙ୍କୁ ଟିକେଟ୍‌ ଦେଇ ନାହିଁ । ଗତ ୨୭ ବର୍ଷ ହେବ ଦଳ ଗୁଜରାଟରେ କ୍ଷମତାସୀନ ରହିଛି । ୨୦୧୭ ବିଧାନସଭା ନିର୍ବାଚନରେ ସମୁଦାୟ ୧୮୨ ଆସନରୁ ବିଜେପି ୯୯ଟି ଆସନରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ ଦଳ ୧୪୦ରୁ ଅଧିକ ଆସନ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଥିବା କଥା କୁହାଯାଉଛି ।

2014ରେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ 2001ରୁ 2014 ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟରେ ତାଙ୍କ ଲୋକପ୍ରିୟତା ଆହୁରି ବଢିଛି । ଚଳିତ ଥର 182 ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ଡିସେମ୍ବର 1 ଓ 5ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବାବେଳେ, 8 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ABOUT THE AUTHOR

...view details