କୋଲକାତା:ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀର ପୋଷ୍ଟରକୁ ନେଇ ବଢୁଛି ବିବାଦ । ଟିଏମସି ସାଂସଦ ମହୁଆ ମଇତ୍ର (TMC MP Mahua Moitra)ଙ୍କ ଦେବୀ କାଳୀଙ୍କ ସମ୍ପର୍କରେ ଦେଇଥିବା ଆପତ୍ତିଜକ ମନ୍ତବ୍ୟ ଏହାକୁ ଆହୁରି ବିବାଦୀୟ କରିଛି । ସାଂସଦ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବିଜେପି ତାଙ୍କର ଇସ୍ତଫା ଦାବି କରୁଛି । ଏହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ମହୁଆ । ସେ କହିଛନ୍ତି, ''ଭାରତୀୟ ଜନତା ପାର୍ଟି(BJP) ହିନ୍ଦୁ ଦେବାଦେବୀଙ୍କୁ ରକ୍ଷା କରିବାର ଦାୟିତ୍ବ ନେଇନାହିଁ । କାଳୀଙ୍କ କିପରି ପୂଜା କରାଯିବା ତାହା ବିଜେପି ବଙ୍ଗାଳିମାନଙ୍କୁ ଶିଖାଇବା ଦରକାର ନାହିଁ ।''
ସାଂସଦ ମହୁଆ ମଇତ୍ର କହିଛନ୍ତି ଯେ, କାଳୀ ପୋଷ୍ଟର ବିବାଦ ଉପରେ ଏକ ପରିପକ୍ବ ରାଜନେତା ଭାବେ ମୁଁ ଆଚରଣ କରିଥିଲି । କିନ୍ତୁ ବିଜେପି ତାର ହିନ୍ଦୁତ୍ବ ଏଜେଣ୍ଡା ତଥା ଏକ ନିର୍ଦ୍ଧିଷ୍ଟ ବିଚାରଧାରାକୁ ଲଦି ଦେବାକୁ ଚାହୁଁଛି । ଉତ୍ତର ଭାରତ କିମ୍ବା ଦେଶର ଅନ୍ୟ ପ୍ରାନ୍ତର ଲୋକଙ୍କ ପୂଜାପଦ୍ଧତିକୁ ନେଇ ବିଜେପି ତା'ର ବିଚାରଧାରାକୁ ଲଦି ପାରିବ ନାହିଁ । ଦେଶର ବିଭିନ୍ନ ସ୍ଥାନରେ ପୂଜା ପଦ୍ଧତି ଭିନ୍ନ ଭିନ୍ନ, ଯାହାକି ଗତ ଦୁଇ ହଜାର ବର୍ଷ ହେଲା ଚଳି ଆସୁଛି । କାଳୀଙ୍କୁ କିପରି ପୂଜା କରିଯିବା ତାହା କହିବାକୁ ବିଜେପି କିଏ ବୋଲି ସମାଲୋଚନା କରିଛନ୍ତି ମହୁଆ ।