ବେଙ୍ଗାଲୁରୁ: କଂଗ୍ରେସକୁ ବିଜେପିର କଟାକ୍ଷ । କଂଗ୍ରେସକୁ କୋଭିଡ ସୁପର ସ୍ପ୍ରେଡର କହି ଟ୍ବିଟରେ ସମାଲୋଚନା କଲା ବିଜେପି । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ସଭାରେ କାଶୁଥିବାର(Congress President DK Shivakumar coughing In Public) ଏକ ଭିଡିଓ ସେୟାର କରି ବିଜେପି ତାଙ୍କୁ କଟାକ୍ଷ କରିବା ସହ ସୁପର ସ୍ପ୍ରେଡର କହିଛି ।
ବିଜେପି କହିଛି ଯେ, ଡି.କେ ଶିବକୁମାର ସର୍ବସାଧାରଣରେ ବିନା ମାସ୍କରେ କିପରି କାଶୁଛନ୍ତି ଦେଖନ୍ତୁ । ଡି.କେ ତାଙ୍କର ନକଲି ମେକେଦାତୁ ଡ୍ୟାମ କାର୍ଯ୍ୟକ୍ରମରେ ଏହିପରି କାଶୁଛନ୍ତି । ଏଥିରୁ ଜଣାପଡିଛି ଯେ, ତାଙ୍କ ନିକଟରେ କୋଭିଡ-19 ଲକ୍ଷଣ ରହିଛି, କିନ୍ତୁ ସେ ବିନା ମାସ୍କରେ କଂଗ୍ରେସ କର୍ମୀଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେ କୋରୋନା ସଂକ୍ରମଣ ବୃଦ୍ଧି କରିବାରେ ଲାଗିଛନ୍ତି କି ବୋଲି ବିଜେପି ପ୍ରଶ୍ନ କରିଛି ।