ଓଡିଶା

odisha

ETV Bharat / bharat

ବଢିଲା ବିଜେପି-ଶିବସେନା ବିବାଦ, ଠାକରେ ଦମ୍ପତିଙ୍କ ନାମରେ ଏତଲା - ବିଜେପି

ସିଏମ ଉଦ୍ଧବ ଠାକରେ ତାଙ୍କ ପତ୍ନୀ 'ସାମାନା' ସମ୍ପାଦକ ରଶ୍ମି ଠାକରେ ଏବଂ ଯୁବ ସେନା ମୁଖ୍ୟ ବରୁଣ ସରଦେଶାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି ବିଜେପି । ନାସିକ ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

ଠାକରେ ଦମ୍ପତିଙ୍କ ନାମରେ ଏତଲା
ଠାକରେ ଦମ୍ପତିଙ୍କ ନାମରେ ଏତଲା

By

Published : Aug 26, 2021, 10:28 AM IST

ପୁଣେ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ମାମଲା । ସିଏମ ଉଦ୍ଧବ ଠାକରେ ତାଙ୍କ ପତ୍ନୀ 'ସାମାନା' ସମ୍ପାଦକ ରଶ୍ମି ଠାକରେ ଏବଂ ଯୁବ ସେନା ମୁଖ୍ୟ ବରୁଣ ସରଦେଶାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି ବିଜେପି । ନାସିକ ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡିଛି । ବିଜେପିର ନାସିକ୍ ୟୁନିଟ୍ ସଭାପତିଙ୍କ ତରଫରୁ ତିନି ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ସୁନିଶ୍ଚିନ୍ତ କରିଛି ପୋଲିସ ।

ଋଷିକେଷ ଜୟନ୍ତ ସିଏମ୍ ଉଦ୍ଧବ ଠାକରେଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଦାଖଲ କରିଛନ୍ତି । ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଯାହା ଭୁଲ ବାର୍ତ୍ତା, ଆଇନ ଏବଂ ବ୍ୟବସ୍ଥାର ସମସ୍ୟା ସୃଷ୍ଟି ହୋଇଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ବରୁଣଙ୍କ ଉତ୍ତେଜନାମୂଳକ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆ ପ୍ରସାରିତ ହୋଇଛି । ତେଣୁ ଆଇପିସି ଧାରା 153 (ଏ), 107, 212 ଏବଂ ସାଇବର ଅପରାଧ ଆଇନ ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯିବା ଉଚିତ ।

ସେହିପରି ସୁନିଲ ରଘୁନାଥ କେଦାର ଠାକରେଙ୍କ ନାମରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଏକ ଭିଡିଓ କ୍ଲିପ୍ ଜରିଆରେ କହିଛନ୍ତି, ଠାକରେ ତାଙ୍କ ଉତ୍ତରପ୍ରଦେଶ ପ୍ରତିପକ୍ଷ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ କେବଳ ୟୁପି ସିଏମ ଏବଂ ଜଣେ ବିଜେପି ନେତା ନୁହଁନ୍ତି, ବରଂ ଗୋରଖପୁରର ମହାନ୍ତ । ତେଣୁ ଠାକରେଙ୍କ ବିରୋଧରେ ଆଇପିସି ଧାରା 153 ଏ (1) ଅଧୀନରେ ମାମଲା ରୁଜୁ କରାଯିବା ଉଚିତ ।

ପୂର୍ବରୁ ଅଗଷ୍ଟ ୨୫ରେ ଶିବାଜୀ ନିବୃତ୍ତି ରଶ୍ମି ଠାକରେ ଏବଂ ଶିବ ସେନା ନେତା ଅଜୟ ବୋରସ୍ତେଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲେ । ସାମାନାରେ ସମ୍ପାଦକୀୟରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ତେଣୁ ଏନେଇ ରଶ୍ମିଙ୍କ ନାମରେ ମାନହାନୀ ମାମଲା ସହିତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ପ୍ରକାଶ ଥାଉ କି,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ରାୟଗଡ ମହାଦ ସ୍ଥିତ ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details