ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର 200 ପାର ଦାବି ଏବେ ଫେଲ୍ ମାରିଲା ଭଳି ନଜର ଆସୁଛି । ବଙ୍ଗ ନିର୍ବାଚନର ଗଣତି ଜାରି ରହିଥିବାବେଳେ ଟ୍ରେଣ୍ଡ୍ରେ 100ଟି ଆସନ ଭିତରେ ସୀମିତ ରହିଛି । ଏହାରି ମଧ୍ୟରେ ବିଜେପିକୁ ମ୍ୟାଜିକ ନମ୍ବର ମିଳିବ ବୋଲି ଦାବି କରିଛନ୍ତି ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ।
ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର - କୈଳାଶ ବିଜୟବର୍ଗୀୟ
ବିଜେପିକୁ ମ୍ୟାଜିକ ନମ୍ବର ମିଳିବ ବୋଲି ଦାବି କରିଛନ୍ତି ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ । ସେପଟେ ମମତା ପଶ୍ଚିମବଙ୍ଗରେ ସରକାର ଗଠନ କରିବେ ବୋଲି ଜୋର ଦେଇ କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅଧିକ ପଢନ୍ତୁ...
![ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର](https://etvbharatimages.akamaized.net/etvbharat/prod-images/768-512-11611950-thumbnail-3x2-aaa.jpg)
ବିଜେପିର ଦାବି, ମିଳିବ ମ୍ୟାଜିକ ନମ୍ବର; ବିରୋଧୀ କହିଲେ ଦିଦି ଗଢିବେ ସରକାର
ସେପଟେ ବିଜେପିର ଦାବିକୁ ବିରୋଧୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରାଥମିକ ଟ୍ରେଣ୍ଡ୍ରେ ନମ୍ବର କିଛି ବି ହୋଇପାରେ, ହେଲେ ମମତା ପଶ୍ଚିମବଙ୍ଗରେ ସରକାର ଗଠନ କରିବେ ବୋଲି ଜୋର ଦେଇ କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।