ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ସୋମବାରଠାରୁ ଆରମ୍ଭ ହେଉଛି ମିଳିତ ବିରୋଧୀଙ୍କ ଦୁଇ ଦିନିଆ ଦ୍ବିତୀୟ ସମ୍ମିଳନୀ । ଏହା ଉପରେ ସମସ୍ତଙ୍କ ନଜର ରଥିବା ବେଳେ ଆଜି(ମଙ୍ଗଳବାର) ବସିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବୈଠକରେ । ଦିଲ୍ଲୀରେ ହେବାକୁ ଯାଉଥିବା ଏହି ବୈଠକରେ 38 ଟି ରାଜନୈତିକ ଦଳ ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ କରିଥିବା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ଡେପି ନଡ୍ଡା ।
ସୋମବାର ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟ ଜେ.ପି ନଡ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବର ଏକ ସୁଦୁରପ୍ରସାରୀ ପ୍ରଭାବ ପଡିଛି । ବର୍ଷ ବର୍ଷ ଧରି ଏନଡିଏ ମେଣ୍ଟର ପହଞ୍ଚ ଓ ପରିସର ବୃଦ୍ଧି ପାଇଛି । ମଙ୍ଗଳବାର ହେବାକୁ ଥିବା ଏହି ବୈଠକରେ ଏନଡିଏ ସହଯୋଗୀ ଦଳଙ୍କ ସହ ମୋଟ 38ଟି ରାଜନୈତିକ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ମଙ୍ଗଳବାର ହେବାକୁ ଥିବା ଏନଡିଏ ବୈଠକରେ ମେଣ୍ଟର ପୂର୍ବ ସହଯୋଗୀ ରାଜନୈତିକ ଦଳଙ୍କ ବ୍ୟତୀତ କିଛି ନୂତନ ଦଳ ମଧ୍ୟ ସହଯୋଗୀ ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
ଏହା ମଧ୍ଯ ପଢନ୍ତୁ:-Opposition Meeting in Bengaluru: ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ, ଦେଖନ୍ତୁ ଭିଡିଓ