ଓଡିଶା

odisha

ଲାଲୁ ପରିବାରକୁ ବେଲ ମିଳିବା ପରେ ଲଡୁ ବାଣ୍ଟିଲା RJD, ଲଡୁ ପ୍ଲେଟ ଫିଙ୍ଗିଦେଲେ BJP ସଦସ୍ୟ

ଲାଲୁ ପରିବାରକୁ ବେଲ ମିଳିବା ପରେ ବିଧାନସଭା ପରିସରରେ ଲଡୁ ବଣ୍ଟିଲେ ଆରଜେଡି ବିଧାୟକ । ଲଡୁ ପ୍ଲେଟ ଫିଙ୍ଗି ଦେଲେ ବିଜେପି ବିଧାୟକ । ଅଧିକ ପଢନ୍ତୁ

By

Published : Mar 15, 2023, 7:19 PM IST

Published : Mar 15, 2023, 7:19 PM IST

ଲାଲୁ ପରିବାରକୁ ବେଲ ମିଳିବା ପରେ ମିଠା ବଣ୍ଟାକୁ ନେଇ BJP-RJD ମଧ୍ୟରେ ସଂ
ଲାଲୁ ପରିବାରକୁ ବେଲ ମିଳିବା ପରେ ମିଠା ବଣ୍ଟାକୁ ନେଇ BJP-RJD ମଧ୍ୟରେ ସଂ

ଲାଲୁ ପରିବାରକୁ ବେଲ ମିଳିବା ପରେ ଲଡୁ ବଣ୍ଟାକୁ ନେଇ BJP-RJD ମଧ୍ୟରେ ସଂଘର୍ଷ

ପାଟନା: ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାରକୁ ଆଜି ଜାମିନ ମିଳିଛି । ଲାଲୁ, ପତ୍ନୀ ଓ ଝିଅ ଆଜି ବେଲ ପାଇବା ପରେ ଆଜି ବିହାର ବିଧାନସଭା ପରିସରରେ ଲଡୁ ବାଣ୍ଟି ଖୁସି ଜାହିର କରିଛନ୍ତି ଆରଜେଡି ବିଧାୟକମାନେ । ଏହି ସମୟରେ BJP-RJD ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ଆରଜେଡି ବିଧାୟକଙ୍କ ଲଡୁ ପ୍ଲେଟ ଫିଙ୍ଗି ଦେଇଥିଲେ ଜଣେ ବିଜେପି ବିଧାୟକ । ବିଧାନସଭା ପରିସରରେ ଏପରି ଘଟଣା ଦେଖିବାକୁ ମିଳିଥିଲା ।

ବିହାର ବିଧାନସଭାରେ(ଆଜି) ବୁଧବାର ଆରଜେଡି ଏବଂ ବିଜେପି ବିଧାୟକଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ବିଜେପି ବିଧାୟକ ହରିଭୂଷଣ ଠାକୁର କ୍ରୋଧିତ ହୋଇ ଆରଜେଡି ସଦସ୍ୟ ଧରିଥିବା ଲଡୁ ପ୍ଲେଟ ଫିଙ୍ଗି ଦେଇଥିଲେ । ଉଭୟ ପକ୍ଷର ବିଧାୟକ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ । ଆରଜେଡି ନେତାମାନେ ଜବରଦସ୍ତି ଲଡୁ ବାଣ୍ଟୁଥିବା ନେଇ ବିଜେପି ଅଭିଯୋଗ କରିଛି ।

ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରୁ ‘ଲ୍ୟାଣ୍ଡ ଫର ଜବ’ ଘୋଟାଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ଜାମିନ ମିଳିଥିଲା । ତିନିଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଇଥିଲେ କୋର୍ଟ । ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏହାସହ ଏହି ମାମଲାରେ ଅଭିଯୁକ୍ତ ଥିବା ମୋଟ ୧୪ଜଣ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Land For Job Case: ଲାଲୁ ପରିବାରକୁ ଆଶ୍ବସ୍ତି, ଜମି ଦୁର୍ନୀତି ମାମଲାରେ ମିଳିଲା ଜାମିନ

ଲାଲୁ କଂଗ୍ରେସ ନେତୃତ୍ବାଧୀନ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ରେଳବାଇରେ ଚାକିରି ପାଇଁ ଆଶାୟୀଙ୍କଠାରୁ ଲାଲୁଙ୍କ ପରିବାର ଲାଞ୍ଚ ଆକାରରେ ଜମି ହାତେଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଏହି ମାମଲାରେ ଲାଲୁ, ପତ୍ନୀ ରାବିଡି, ଝିଅ ମିସା ଭାରତୀଙ୍କ ସମେତ ମୋଟ 14ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ଆଜି ଏହି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଲାଲୁ ପରିବାରକୁ ବେଲ୍‌ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details