ଓଡିଶା

odisha

By

Published : Jan 29, 2023, 8:40 AM IST

ETV Bharat / bharat

Tripura Assembly Election: 40 ଜଣିଆ ଷ୍ଟାର କ୍ଯାମ୍ପେନର ତାଲିକା ଜାରି କଲା ବିଜେପି

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲା ବିଜେପି। ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ଅଧିକ ପଢନ୍ତୁ

Tripura Assembly Election
Tripura Assembly Election

ଅଗରତାଲା: ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ । ଦିନ ଯେତିକି ପାଖଉଛି ପ୍ରସ୍ତୁତି ମଧ୍ୟ ସେତିକି ବେଗର ଆଗଉଛି । ଶନିବାର ବିଜେପି ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଉ କିଛିଦିନ ପରେ ପ୍ରଚାରରେ କମ୍ପିବ ନିର୍ବାଚନୀ ମୈଦାନ । ଏହା ପୂର୍ବରୁ 40 ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କରିଛି ବିଜେପି ।

ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାର ପ୍ରଥମରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ନାମ ରହିଛି । ସେହିପରି ଷ୍ଟାର କ୍ୟାମ୍ପେନରରେ ଆଶାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା, ଯୁବମୋର୍ଚ୍ଚା ସଭାପତି ତେଜସ୍ୱୀ ସୂର୍ଯ୍ୟ, ମିଥୁନ ଚକ୍ରବର୍ତ୍ତୀ, ମନୋଜ ତିଓ୍ବାରୀ, ହେମା ମାଳିନୀ ଓ ଲୋକେଟ ଚାଟାର୍ଜୀ ଷ୍ଟାର କ୍ୟାମ୍ପେନର ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।

ତ୍ରିପୁରାରେ ଆସନ୍ତା ଫେବୃଆରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମୋଟ ୬୦ଟି ବିଧାନସଭା ଆସନ ମଧ୍ୟରୁ ୪୮ଟି ଆସନରେ ଲଢେଇ ପାଇଁ ବିଜେପି ପାର୍ଥୀ ଶନିବାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ୧୨ଟି ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ । ଟାଉନ ବୋର୍ଡୋୱାଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ପ୍ରତିଦ୍ବନ୍ଦି କରିବା ନେଇ ଦଳ ତରଫରୁ ସୂଚନା ଦିଆଯାଇଥିଲା ।

ସେହିପରି ଧାନପୁରରୁ କେନ୍ଦ୍ରମନ୍ତ୍ରୀ ପ୍ରତୀମା ଭୂମିକା ପ୍ରାର୍ଥୀ ହୋଇଥିବା ବେଳେ ଏମଡି ମୋବୋସହର ଅଲ୍ଲି କୈଲାଶହର ଓ ବନମାଳିପୁରରୁ ରାଜ୍ୟ ବିଜେପି ମୁଖ୍ୟ ରାଜୀବ ଭଟ୍ଟାଚାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି । ଗତକାଲି କଂଗ୍ରେସ ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରିଥିଲା । ୧୭ଜଣ ପାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଥିବା ବେଳେ ଅଗରତାଲାରୁ ସୁଦୀପ ରାୟ ବର୍ମନ ପାର୍ଥୀ ହୋଇଛନ୍ତି ।

ଜାନୁଆରୀ18 ତାରିଖରେ ଉତ୍ତର-ପୂର୍ବ 3 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ 16 ଫେବୃଆରୀରେ ହେବ । ଏଥିପାଇଁ 21 ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ଜାନୁଆରୀ ୩୦ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁଆରୀ 31ରେ ନାମାଙ୍କାନ ଯାଞ୍ଚ ହେବ । ଫେବୃଆରୀ 2 ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ । ମାର୍ଚ୍ଚ 2ରେ ନିର୍ବାଚନ ଫଳାଫଳ ଆସିବ ।

ABOUT THE AUTHOR

...view details