ଓଡିଶା

odisha

By ETV Bharat Odisha Team

Published : Oct 22, 2023, 3:08 PM IST

ETV Bharat / bharat

Telengana Assembly Poll: BJPର 52 ଜଣିଆ ପ୍ରାର୍ଥୀ ତାଲିକା, ଟି.ରାଜାଙ୍କ ଉପରୁ ନିଲମ୍ବନ ହଟାଇ ପ୍ରାର୍ଥୀ କଲା ଦଳ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ 52 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଅଧିକ ପଢନ୍ତୁ

BJPର 52 ଜଣିଆ ପ୍ରାର୍ଥୀ ତାଲିକା
Telengana Assembly Poll

ହାଇଦ୍ରାବାଦ: ଆସନ୍ତା ନଭେମ୍ବର 7ରୁ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନୀ ମୁହାଁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ 52 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ବିଧାୟକ ଟି. ରାଜା ସିଂଙ୍କ ଉପରୁ ନିଲମ୍ବନ ହଟାଇ ପ୍ରାର୍ଥୀ କରିଛି ଦଳ । ଗୋଶମହଲ ଆସନରୁ ଲଢିବେ ଟି. ରାଜା ସିଂହ । 3 ସାଂସଦ ବାପୁ ରାଓ, ଅରବିନ୍ଦ ଧରମପୁରୀ, ବାନ୍ଦି ସଞ୍ଜୟ କୁମାରଙ୍କୁ ପ୍ରାର୍ଥୀ କରିଛି ଦଳ । ଆସନ୍ତା ନଭେମ୍ବର 30 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର 3 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ବିଜେପିର ପ୍ରଥମ ପର୍ଯ୍ୟାୟରେ 52 ଜଣିଆ ପ୍ରାର୍ଥୀ ତାଲିକାରେ 3 ଜଣ ସାଂସଦ ଏବଂ 12 ଜଣ ମହିଳାଙ୍କୁ ଟିକେଟ ଦିଆଯାଇଛି । ତେଲେଙ୍ଗାନା ଆଇଟି ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେ ଟି ଆରଙ୍କ ବିପକ୍ଷରେ ଦଳ ସିରସିଲା ଆସନରୁ ରାଣୀ ରୁଦ୍ରମା ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଶାସକ ଦଳ ବିଆରଏସ ଛାଡି ବିଜେପିରେ ମିଶିଥିବା ଏଟେଲା ରାଜେନ୍ଦ୍ରଙ୍କୁ ହୁଜୁରାବାଦରୁ ଟିକେଟ ଦେଇଛି ବିଜେପି । ବିଜେପିରେ ସାମିଲ ହେବା ପୂର୍ବରୁ ସେ ଏହି ଆସନରୁ ବିଧାୟକ ଥିଲେ । 2018 ନିର୍ବାଚନରେ ବିଜେପି କେବଳ ଗୋଶାମହଳ ଆସନରୁ ଜିତିଥିଲା ।

ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖି ଟି.ରାଜ ସିଂହ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ । ମୋ ଉପରୁ ନିଲମ୍ବନକୁ ହଟାଇ ଦଳ ମୋତେ ପୁଣି ସୁଯୋଗ ଦେଇଛି । ଗୋଶମହଲ ଆସନରୁ ଦଳ ମୋତେ ପ୍ରାର୍ଥୀ କରିଛି ଏ ନେଇ ଦଳକୁ ବହୁତ ବହୁତ ଧନ୍ୟବାଦ । ଗୋଶାମହଳ ବିଧାନସଭା ନିର୍ବାଚନମଣ୍ଡଳୀ ହାଇଦ୍ରାବାଦ ପାର୍ଲାମେଣ୍ଟ ଅଧୀନରେ ଆସେ । ଏଠାକାର ସାଂସଦ ୱୱେସି ଜଣେ ଦେଶଦ୍ରୋହୀ । ସେ ଜଣେ ବ୍ୟବସାୟୀ । ସେ ମୁସଲମାନଙ୍କ ଭୋଟକୁ କଂଗ୍ରେସକୁ ବିକ୍ରି କରୁଥିଲେ ଏବେ ବିଆରଏସକୁ ବିକ୍ରି କରୁଛନ୍ତି । ମୁଁ ଏଠାରୁ ନିଶ୍ଚିନ୍ତ ବିଜୟୀ ହେବି ଓ ଏପରି ଦେଶଦ୍ରୋହୀଙ୍କୁ ଜବାବ ଦେବି ।''

ଏହା ବି ପଢନ୍ତୁ...ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ଏହା ବି ପଢନ୍ତୁ...Telengana Assembly Poll: ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି, KCRଙ୍କ ବିରୋଧରେ ଲଢିବେ ଏଟଲା ରାଜେନ୍ଦ୍ର !

ପ୍ରକାଶ ଥାଉ କି, ଆସନ୍ତା ନଭେମ୍ବର 7 ତାରିଖରୁ ନଭେମ୍ବର 30 ତାରିଖ ଯାଏ 5 ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 30 ତାରିଖରେ ତେଲେଙ୍ଗାନା 199 ଆସନରେ ବିଧାନସଭା ପାଇଁ ଭୋଟ ପଡିବ । ତେଲେଙ୍ଗାନାରେ 8 କୋଟି 2 ଲକ୍ଷ ପୁରୁଷ ଭୋଟର ରହିଥିବାବେଳେ 7 କୋଟି 8 ଲକ୍ଷ ମହିଳା ଭୋଟର ରହିଥିବା ବେଳେ 60 ଲକ୍ଷ 2 ହଜାର ପ୍ରଥମ ଥର ଲାଗି ଭୋଟ ଦେବେ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଶେଷ ହେବ ।

ABOUT THE AUTHOR

...view details